କର୍ଣ୍ଣାଟକରେ ଝୁଲା ବିଧାନସଭା ସମ୍ଭାବନାକୁ ମୋଦିଙ୍କ ଖଣ୍ଡନ

0

ନୂଆଦିଲ୍ଲୀ : କର୍ଣ୍ଣାଟକର ସର୍ବାଙ୍ଗୀନ ବିକାଶ ବିଜେପିର ମୁଖ୍ୟ କାର୍ଯ୍ୟସୂଚୀ । ଲୋକମାନଙ୍କୁ ବିଭ୍ରାନ୍ତ କରି ଭୋଟ୍‍ ନେବା ତାଙ୍କ ଦଳ ଚାହେଁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବି.ଜେ.ପି. ଉନ୍ନୟନର ରାଜନୀତି ପ୍ରତି ସବୁବେଳେ ଅଗ୍ରାଧିକାର ଦେଇଆସିଛି ବୋଲି ସେ କହିଛନ୍ତି । ଉନ୍ନୟନ ବା ବିକାଶକୁ ଆଧାର କରି ତାଙ୍କ ଦଳ ରାଜ୍ୟ ନିର୍ବାଚନକୁ ଜିତିବାକୁ ଚାହୁଁଛି । ନରେନ୍ଦ୍ର ମୋଦି ଆପ୍‍ ଜରିଆରେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ବିଧାନସଭା ପାଇଁ ବି.ଜେ.ପି. ପ୍ରାର୍ଥୀ ଏବଂ ରାଜ୍ୟ ଶାଖାର କର୍ମକର୍ତ୍ତା ତଥା ନିର୍ବାଚିତ ପ୍ରତିନିଧିମାନଙ୍କ ସହ ଆଲୋଚନା ସମୟରେ ଏହା କହିଛନ୍ତି । ଜାତି, ଧର୍ମ, ବର୍ଣ୍ଣ ନାଁରେ ଯେଉଁମାନେ ରାଜନୀତି କରୁଛନ୍ତି, ସେମାନେ ବିକାଶ ରାଜନୀତି ପାଇଁ ଆଦୌ ଆଗ୍ରହୀ ନୁହନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଭାରତୀୟ ରାଜନୈତିକ ମୁଖ୍ୟଧାରାରେ ଯଥେଷ୍ଟ ସମସ୍ୟା ରହିଛି ଏବଂ ରାଜନୈତିକ ଦଳଗୁଡ଼ିକ କଂଗ୍ରେସ ପାର୍ଟିର ପାପର ପ୍ରାୟଶ୍ଚିତ କରୁଛନ୍ତି, ତେଣୁ କଂଗ୍ରେସ ସଂସ୍କୃତିକୁ ମୂଳପୋଛ ନ କଲା ପର୍ଯ୍ୟନ୍ତ ଦେଶର ରାଜନୀତି ନିର୍ମଳ ହୋଇପାରିବ ନାହିଁ ବୋଲି ଶ୍ରୀ ମୋଦି କହିଛନ୍ତି । କର୍ଣ୍ଣାଟକରେ ଝୁଲା ବିଧାନସଭା ହେବ ବୋଲି ଯେଉଁ ଅପପ୍ରଚାର ଚାଲିଛି, ତାକୁ ଭୁଲ୍‍ ପ୍ରମାଣିତ କରିି ରାଜ୍ୟରେ ଏକ ସଂଖ୍ୟାଗରିଷ୍ଠ ସରକାର ଗଠନ ପାଇଁ ସେ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି । କଂଗ୍ରେସ ଏହି ଅପପ୍ରଚାର ଚଳାଇଛି ବୋଲି ଶ୍ରୀ ମୋଦି କହିଛନ୍ତି ।

Leave A Reply