Patra electronics

ହ୍ୱାଟସଆପ୍‍ରେ ପ୍ରାର୍ଥିପତ୍ର ଦାଖଲ

0

କଲକାତ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ସୃଷ୍ଟି ହୋଇଥିବା ବେଳେ ସାମାଜିକ ଗଣମାଧ୍ୟମ ପ୍ରାର୍ଥିପତ୍ର ଦାଖଲର ମାଧ୍ୟମ ପାଲଟିଛି। ଦେଶରେ ପ୍ରଥମଥର ଲାଗି ନିର୍ବାଚନ ଲଢିବା ନିମନ୍ତେ ପ୍ରାର୍ଥୀମାନେ ହ୍ୱାଟସଆପ୍‍ ମାଧ୍ୟମରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମେ’ ୧, ୩ ଏବଂ ୫ରେ ତିନୋଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟର ୯ ଜଣ ପ୍ରାର୍ଥୀ ହ୍ୱାଟସଆପ୍‍ ମାଧ୍ୟମରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ପ୍ରାର୍ଥିପତ୍ର ଗ୍ରହଣ କରିବା ଲାଗି କଲିକତା ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦେଶ ଦେଇଛନ୍ତି।

ଦକ୍ଷିଣ ୨୪ ପ୍ରାଗଣ ଜିଲାର ଭାଙ୍ଗର ଠାରେ ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁ ପୋଲେରଘାଟ ଦ୍ୱିତୀୟ ଗ୍ରାମ ପଞ୍ଚାୟତର ୧୧ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିବା ଲାଗି ପହଞ୍ଚିପାରି ନ ଥିଲେ। ଅଲିପୁର ଅନୁଧ୍ୟାନ ଅଟ୍ଟାଳିକାଠାରେ ବିକ୍ଷୋଭକାରୀମାନେ ପ୍ରାର୍ଥୀମାନଙ୍କ ପ୍ରାର୍ôଥପତ୍ର ଛଡାଇ ନେଇ ଚିରି ଦେଇଥିଲେ। ଏଣୁ ସମ୍ପୃକ୍ତ ପ୍ରାର୍ôଥଙ୍କ ମଧ୍ୟରୁ ୯ ଜଣ ପରେ ସେମାନଙ୍କ ପ୍ରାର୍ଥିପତ୍ର ପୂରଣ କରି ତାହାକୁ ନିଜ ଫଟୋ ସହିତ ହ୍ୱାଟସଆପ୍‍ ମାଧ୍ୟମରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିଲେ। କିନ୍ତୁ ଏ ବାବଦ ଫି’ ସେମାନେ ଜମା କରି ପାରି ନ ଥିବାରୁ ସେମାନଙ୍କ ପ୍ରାର୍ଥିପତ୍ର ନାକଚ ହେବାର ଆଶଙ୍କା ଥିବା ଦର୍ଶାଇ ସିପିଆଇଏମ୍‍ ଲେନିନିଷ୍ଟ ରେଡ୍‍ ଷ୍ଟାର ନେତା ଶର୍ମିଷ୍ଠା ଚୌଧୁରୀ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ବିଚାରପତି ସୁବ୍ରତ ତାଲୁକଦାର ଏହି ଆବେଦନ ଉପରେ ଶୁଣାଣି କରି ସମସ୍ତ ପ୍ରାର୍ଥୀପତ୍ର ଗ୍ରହଣ କରିବାକୁ ନିର୍ବାଚନ କମିସନଙ୍କୁ ନିର୍ଦେଶ ଦେଇଛନ୍ତି। ଏଥିସହ ସମସ୍ତ ୧୧ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ କରିବା ଲାଗି ବ୍ୟବସ୍ଥା କରିବାକୁ ନିର୍ବାଚନ କମିଶନଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

Leave A Reply