Patra electronics

ଆଣ୍ଡ୍ରଏଡ ଟାବଲେଟରେ ମିଳିବ କମ୍ପ୍ୟୁଟର ମଜା, ଗୁଗଲ ଆଣିଲା ଏମିତି ସୁବିଧା

ନୂଆଦିଲ୍ଲୀ : ଗୁଗଲ ନିଜ ଆଣ୍ଡ୍ରଏଡ୍ ଟାବଲେଟ୍ ପାଇଁ ଏକ ନୂଆ ଫିଚର ପରୀକ୍ଷା କରୁଛି ଯାହା ଫଳରେ ଆପ୍ସର ଆକାର ବଦଳିପାରେ । ଏବଂ ଏହାକୁ ନିଜ ଇଛା ଅନୁସାରେ ଉପଭୋକ୍ତା ଆରେଞ୍ଜ କରିପାରିବେ । ଅର୍ଥାତ୍ ଆପଣ ଯେଭଳିଭାବେ ନିଜ କମ୍ପ୍ୟୁଟରରେ କରୁଛନ୍ତି ଠିକ୍ ସେମିତି ଆଣ୍ଡ୍ରଏଡ୍ ଟାବଲେଟରେ କରିପାରିବେ । ଏହି ନୂଆ ଫିଚରର ନାଁ ଡେସ୍କଟପ୍ ଓ୍ବିଣ୍ଡୋଇଂ ରଖାଯାଇଛି ଏବଂ ଏହା ଅନେକ ଆପ୍ସ ମଧ୍ୟରେ ସ୍ବିଚ୍ କରିବାରେ ସାହାଯ୍ୟ କରିବ ।

ଗୁଗଲର କହିବାନୁସାରେ ଏହି ନୂଆ ଫିଚର ୟୁଜର୍ସଙ୍କୁ ଏକାଥରେ ଅନେକ ଆପ୍ ଚଲାଇବାରେ ସାହାଯ୍ୟ କରିବ ଏବଂ ଓ୍ବିଣ୍ଡୋଜର ଆକାର ବଦଳାଇବା ସୁବିଧା ଦେବ । ଏଥିରେ କମ୍ପ୍ୟୁଟର ଭଳି ଅନୁଭୂତି ମିଳିବ । ଏହି ନୂଆ ଫିଚର ବ୍ୟବହାର କରିବା ପାଇଁ ନିଜ ପିକ୍ସେଲ ଟାବଲେଟରେ ଆଣ୍ଡ୍ରଏଡ୍ ୧୫ କ୍ୟୁପିଆରଓ୍ବାନ୍ ବିଟା ୨ ଚଳାଇ ସେଟିଂ ଆପ ଖୋଲନ୍ତୁ । ତଳକୁ ସ୍କ୍ରଲ କରନ୍ତୁ ଏବଂ ‘ସିଷ୍ଟମ’ ରେ ଟ୍ୟାପ୍ କରନ୍ତୁ ଏବଂ ‘ଡେଭଲପର ଅପ୍ସନ’ ଅନୁସାରେ ‘ଏନେବଲ ଫ୍ରିଫର୍ମ ଓ୍ବିଣ୍ଡୋଜ୍’ ଟଗଲକୁ ଚାଲୁ କରନ୍ତୁ । ଏବେ ଡେସ୍କଟପ୍ ଓ୍ବିଣ୍ଡୋଇଂ ଫିଚର ଖୁବ ଶୀଘ୍ର ଏଓଏସପିରେ ନିଜ ରାସ୍ତା ଖୋଜିପାରେ, ଯାହା ଫଳରେ ଡିଭାଇସ୍ ନିର୍ମାତା ନିଜ ପସନ୍ଦ ଅନୁସାରେ ଫଙ୍କସନକୁ କଷ୍ଟମାଇଜ୍ କରିପାରିବେ ।

Comments are closed.