www.samajalive.in
Wednesday, December 10, 2025
14.1 C
Bhubaneswar

ଭାରତୀୟ ବଜାରକୁ ୟାମାହା ଆଣୁଛି ନୂଆ ଇ-ସ୍କୁଟର, ଦାମ ରହିବ ଏତିକି…

ସମାଜ ଡିଜିଟାଲ ଡେସ୍କ: ବ୍ୟାଟେରି ଚାଳିତ ଯାନ ବା ଇ-ସ୍କୁଟର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଥିପାଇଁ ବିଭିନ୍ନ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ଏବେ ବ୍ୟାଟେରି ଚାଳିତ ଯାନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି। ଏହି କ୍ରମରେ ୟାମା ମୋଟରସାଇକେଲ ନିର୍ମାତା କମ୍ପାନୀ ଭାରତୀୟ ବଜାରକୁ ଏକ ନୂଆ ସ୍କୁଟର ଆଣିବାକୁ ଯାଉଛି। ଏହାର ନାଁ ହେଉଛି ୟାମାହା ନିଓ ଇ-ସ୍କୁଟର।

ସ୍କୁଟରଟିର ଲୁକ୍ସ ବେଶ୍‌ ଆକର୍ଷଣୀୟ ହୋଇଛି। ବର୍ତ୍ତମାନ ଏହା ୟୁରୋପ ବଜାରରେ ଉପଲବ୍ଧ ହେଉଥିବାବେଳେ ଖୁବଶୀଘ୍ର ଏସୀୟ ବଜାରକୁ ଆସିବ। ୨୦୨୫ ଜାନୁୟାରୀ ୧୪ରେ ଏହି ଗାଡ଼ି ଭାରତୀୟ ବଜାରରେ ପ୍ରବେଶ କରିବ ବୋଲି ସୂଚନା ମିଳିଛି। କମ୍ପାନୀ ଗାଡ଼ିର ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା ରଖିବ ବୋଲି ଅନୁମାନ କରାଯାଉଛି।

- Advertisement -

ଗାଡ଼ିର ବିଶେଷ୍ବତ ହେଲା ଏହାର ବ୍ୟାଟେରି ବାହାରକୁ ବାହାର କରାଯାଇ ଚାର୍ଜ କରାଯାଇପାରିବ। ଗାଡ଼ିର ରେଞ୍ଜ ଭିନ୍ନ ଭିନ୍ନ ଦେଶରେ ଅଲଗା ରହିଛି। ଜାପାନରେ ଗାଡ଼ି ଗୋଟିଏ ଥର ଚାର୍ଜ କଲେ ୭୦ କିଲୋମିଟର ଯିବ। ଭାରତରେ ଏହାର ରେଞ୍ଜ ୧୦୦ରୁ ୧୧୫ କିଲୋମିଟର ଭିତରେ ରହିବ। ଘରେ ଚାର୍ଜ କଲେ ବ୍ୟାଟେରି ଫୁଲ୍‌ ହେବାକୁ ୮ ଘଣ୍ଟା ସମୟ ଲାଗିବ। ଫାଷ୍ଟ ଚାର୍ଜିଂରେ ୧ ଘଣ୍ଟାରେ ଚାର୍ଜ ସମ୍ପୂର୍ଣ୍ଣ ହେବ। ଗାଡ଼ିରେ ୨.୫ କିଲୋଓ୍ବାଟର ମୋଟର ଖଞ୍ଜାଯାଇଛି।

ବର୍ତ୍ତମାନ ଭାରତୀୟ ବଜାରରେ ଓଲା କମ୍ପାନୀ ସାଙ୍ଗକୁ ଟିଭିଏସ, ହିରୋ ଏବଂ ଅନ୍ୟାନ୍ୟ କମ୍ପାନୀର ଇ-ଯାନ ଗଡ଼ୁଛି। ୟାମାହା ନିଜର ନୂଆ ଇ-ସ୍କୁଟର ଆଣି ଭାରତୀୟ ବଜାରରେ ନିଜର ପ୍ରଭାବ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories