www.samajalive.in
Wednesday, December 10, 2025
14.1 C
Bhubaneswar

କ୍ୟାପଟେନ ଓ ବାନ୍ଧବୀଙ୍କୁ ରାସ୍ତାରେ ମାଡ଼ ମରାଯିବା ଘଟଣା, ୭ ରୋଡ୍ ରୋମିଓ ଗିରଫ

ସମାଜ ଡିଜିଟାଲ ଡେସ୍କ: କ୍ୟାପଟେନ ଗୁରୁବଂଶ ସିଂହ ଏବଂ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ଅଟକାଇ ମାଡ଼ ମାରିବା ଘଟଣାରେ ଚନ୍ଦକା ଥାନା ପୁଲିସ ୭ ରୋଡ୍ ରୋମିଓଙ୍କୁ ଗିରଫ କରିଛି। ସମସ୍ତ ୭ ଅଭିଯୁକ୍ତ ଛାତ୍ର ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି କୃଷ୍ଣପ୍ରସାଦ ଦାସ। ଅଭିଯୁକ୍ତମାନଙ୍କଠାରୁ ୧୧ଟି ମୋବାଇଲ ଫୋନ ଏବଂ ଗୋଟିଏ ଗାଡ଼ି ଜବତ କରାଯାଇଛି। ଏହାସହିତ ଅସଦାଚରଣ ସମୟର ଭିଡିଓ ପ୍ରଘଟ ହୋଇଛି, ଯାହାକୁ ପୁଲିସ ଅଧିକ ଯାଞ୍ଚ କରୁଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାକେଶ ନାୟକ, ଅମନ କୁମାର, ଆଦିତ୍ୟ ବେହେରା, ଆକାଶ ପଢ଼ିଆରୀ, ଅଭିଳାଷ ସାମନ୍ତ, ହରିଶ ମହାନ୍ତ, ଆଶିଷ ସ୍ଵାଇଁ।

ଗତ ୧୫ ତାରିଖ ରାତିରେ କ୍ୟାପଟେନ ଗୁରୁଓ୍ବନ୍ତ ଏବଂ ତାଙ୍କ ବାନ୍ଧବୀ ଗୋଟିଏ କାରରେ ଯାଉଥିବାବେଳେ ୭ ଜଣ ଅଭିଯୁକ୍ତ ସେମାନଙ୍କୁ ଚନ୍ଦକା ରାସ୍ତାରେ ଅଟକାଇଥିଲେ। କ୍ୟାପଟେନ ଏବଂ ତାଙ୍କ ବାନ୍ଧବୀ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ଉଭୟଙ୍କୁ ମାଡ଼ ମାରିବା ସହିତ ଅସଦାଚରଣ କରିଥିଲେ। ଏ ସମ୍ପର୍କରେ ଅଭିଯୋଗ କରିବାକୁ କ୍ୟାପଟେନ ଏବଂ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଯାଇଥିବାବେଳେ ସେଠାରେ ପୁଲିସ କର୍ମଚାରୀମାନେ ଉଭୟଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories