www.samajalive.in
Tuesday, November 18, 2025
27.1 C
Bhubaneswar

ସୁପ୍ରିମକୋର୍ଟ ୟୁଟ୍ୟୁବ ଚ୍ୟାନେଲ ହ୍ୟାକ୍‌, ଦେଖାଗଲା ଅଜବ ଭିଡିଓ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୟୁଟ୍ୟୁବ ଚ୍ୟାନେଲ ଶୁକ୍ରବାର ହ୍ୟାକ୍‌ ହୋଇଯାଇଛି। ଏଥିରେ କ୍ରିପ୍ଟୋକରେନ୍ସି ସହି ଜଡ଼ିତ ବିଜ୍ଞାପନ ଦେଖିବାକୁ ମିଳିଛି। ଏହା ଆମେରିକୀୟ କମ୍ପାନୀ ରିପଲ୍ ଲ୍ୟାବ୍ସ ଦ୍ୱାରା ବିକଶିତ ହୋଇଥିବା କ୍ରିପ୍ଟୋକରେନ୍ସି ସହ ଜଡ଼ିତ ଥିଲା। ହ୍ୟାକ୍ ହୋଇଥିବା ଚ୍ୟାନେଲରେ ଏକ ଖାଲି ଭିଡିଓ ପ୍ରସାରିତ ହୋଇଥିଲା।

ସୁପ୍ରିମକୋର୍ଟର ୟୁଟ୍ୟୁବ ଚ୍ୟାନେଲରେ ଶୁକ୍ରବାର ଆମେରିକୀୟ କମ୍ପାନୀ ରିପଲ୍ ଲ୍ୟାବ୍ସ ଦ୍ଵାରା ନିର୍ମିତ କ୍ରିପ୍ଟୋକରେନ୍ସିକୁ ପ୍ରୋତ୍ସାହିତ କରୁଥିବା ଏକ ଭିଡିଓ ଦେଖିବାକୁ ମିଳିଥିଲା। କିନ୍ତୁ ଭିଡିଓ ଖୋଲିବା ପରେ ସେଥିରେ କିଛି ଦେଖାଯାଇନଥିଲା। ଭିଡିଓ ତଳେ ଏକ କ୍ୟାପ୍ସନରେ ଲେଖାଥିଲା, ‘‘ବ୍ରାଡ ଗାର୍ଲିଙ୍ଗହାଉସ: ରିପଲ ରେସପଣ୍ଡ୍‌ସ ଟୁ ଦି ଏସଇସି ୨ ବିଲିୟନ ଡଲାର ଫାଇନ୍‌! ଏକ୍ସଆରପି ପ୍ରାଇସ୍ ପ୍ରେଡିକ୍ସନ।’’

- Advertisement -

ସାମ୍ବିଧାନିକ ଖଣ୍ଡପୀଠଙ୍କ ନିକଟରେ ତାଲିକାଭୁକ୍ତ ତଥା ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡିତ ମାମଲାଗୁଡ଼ିକର ଲାଇଭ୍ ଶୁଣାଣିର ପ୍ରସାରଣ କରିବା ପାଇଁ ୟୁଟ୍ୟବ୍‌ ବ୍ୟବହାର କରନ୍ତି ସୁପ୍ରିମକୋର୍ଟ। ତତ୍କାଳୀନ ସିଜେଆଇ ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ପୂର୍ଣ୍ଣ ନ୍ୟାୟାଳୟର ବୈଠକରେ ସର୍ବସମ୍ମତି କ୍ରମେ ଏକ ନିଷ୍ପତ୍ତି ନିଆଯାଇଥିଲା। ସେହି ଅନୁସାରେ, ସର୍ବୋଚ୍ଚ ନ୍ୟାୟାଳୟ ୨୦୧୮ରେ ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ବିଚାର ପରେ ସମସ୍ତ ସାମ୍ବିଧାନିକ ଖଣ୍ଡପୀଠଙ୍କ ଶୁଣାଣି ପ୍ରକ୍ରିୟାକୁ ଲାଇଭ୍ ଷ୍ଟ୍ରିମ୍ କରିବାକୁ ନିଷ୍ପତ୍ତି ନେଇଥିଲେ।

 

Hot this week

କିଏ ଏହି ହିଡମା , ଯାହାକୁ ଧରିବା ପାଇଁ ଥିଲା ୧କୋଟି ଟଙ୍କାର ପୁରସ୍କାର ?

ମାଲକାନଗିରି : ମାଓବାଦୀ ମୁକ୍ତ ଅପରେସନରେ ଆଜି ସକାଳେ ମାଲକାନଗିରି ସୀମାନ୍ତରେ...

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

Related Articles

Popular Categories