www.samajalive.in
Wednesday, December 10, 2025
14.1 C
Bhubaneswar

ଏଡିଜିଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ସମାଜ ଡିଜିଟାଲ ଡେସ୍କ: କ୍ୟାପଟେନ ଓ ବାନ୍ଧବୀଙ୍କୁ ଭରତପୁର ଥାନାରେ ଦୁର୍ବ୍ୟବହାର ଘଟଣାରେ ତଦନ୍ତ ରିପୋର୍ଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ଏଡିଜି ଅରୁଣ ବୋଥ୍ରାଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି ତଦନ୍ତକାରୀ ଟିମ୍‌‌। ନିଲମ୍ବିତ ପୁଲିସ ଅଧିକାରୀଙ୍କ ବୟାନ ରେକର୍ଡ କରାଯାଇଛି। ପୀଡିତାଙ୍କ ପକ୍ଷକୁ ନେଇ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି। ଥାନାରୁ ସମସ୍ତ ଦସ୍ତାବିଜ ସଂଗ୍ରହ କରାଯିବା ସହ ନିଲମ୍ବିତ ପୁଲିସ ଅଧିକାରୀଙ୍କ ବୟାନ ରେକର୍ଡ ହୋଇଛି। ଜାତୀୟ ମହିଳା କମିଶନଙ୍କୁ ମଧ୍ୟ ରିପୋର୍ଟ ପଠାଇଛି କ୍ରାଇମବ୍ରାଞ୍ଚ। ଏହାସହିତ ଅନ୍ୟ ଦିଗକୁ ନେଇ ଏବେ ମଧ୍ୟ ତଦନ୍ତ ଚାଲିଛି। ଆସନ୍ତାକାଲି ଚୂଡାନ୍ତ ରିପୋର୍ଟ ଦାଖଲ ହେବ। ଘଟଣା ସମ୍ପର୍କରେ ଖୁବଶୀଘ୍ର ଡିଜିିପିଙ୍କ ସହ ଆଲୋଚନା କରିବେ କ୍ରାଇମବ୍ରାଞ୍ଚ ଏଡିଜି। ଆଜି ୧୨୦ ବାଟାଲିୟନରେ କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ। ସେଦିନ ରାତିରେ ଭରତପୁର ଥାନାରେ କଣ ସବୁ ଘଟିଥିଲା ସେ ସମ୍ପର୍କରେ ସମସ୍ତ ତଥ୍ୟ ଜାଣିବାକୁ ଚାହିଁଛି ତଦନ୍ତକାରୀ ଟିମ୍‌‌।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories