www.samajalive.in
Wednesday, December 10, 2025
14.1 C
Bhubaneswar

ଆଇଜିଙ୍କୁ ଭେଟି ନ୍ୟାୟିକ ତଦନ୍ତ ଦାବି କଲା ଓଡ଼ିଶା ଯୁବ ଆଇନଜୀବୀ ଫୋରମ୍‌‌

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ନ୍ୟାୟ ପାଇଁ ପୋଲିସ ମୁଖ୍ୟାଳୟରେ ଆଇଜିଙ୍କୁ ଭେଟିଲେ ଓଡିଶା ଯୁବ ଆଇନଜୀବୀ ଫୋରମ। ଏଭଳି ସଙ୍ଗିନ ଘଟଣାରେ ବିଭାଗୀୟ ତଦନ୍ତ ଚାଲିଥିବା ବେଳେ ନ୍ୟାୟିକ ତଦନ୍ତ ଦାବି କରିଛି ଫୋରମ। ଯେତେବେଳେ ଜଣେ ମହିଳା ଥାନାରେ ନିଜର ଅଭିଯୋଗ କରୁଛନ୍ତି ସେଠାରେ ପୋଲିସର କର୍ତ୍ତବ୍ୟ ସଂଗେ ସଂଗେ ଅଭିଯୋଗକୁ ଗ୍ରହଣ କରିବା ଜରୁରୀ। କିନ୍ତୁ ଭରତପୁର ଥାନାରେ ତାହା ଦେଖିବାକୁ ମିଳି ନଥିଲା। ପିଡିତାକୁ ଘଣ୍ଟା ଘଣ୍ଟା ବସେଇ ଦୁର୍ବ୍ୟବହାର କରିବା ଆଇନଗତ ଅପରାଧ। ତେଣୁ ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ପୁଲିସ ଅଧିକାରୀଙ୍କୁ ବହିଷ୍କୃତ କରିବାକୁ ଦାବି କରିଛନ୍ତି ଆଇନଜୀବୀ। ପୁଲିସ ନିର୍ଦେଶକଙ୍କ ଅନୁପସ୍ଥିତି ଯୋଗୁଁ ଆଇଜିଙ୍କୁ ଭେଟି ଦାବି ଜଣାଇବଥବବା ଯୁବ ଆଇନଜୀବୀ ଫୋରମ ପକ୍ଷରୁ କୁହାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories