www.samajalive.in
Tuesday, December 9, 2025
23.1 C
Bhubaneswar

ଡେଙ୍ଗୁ ମଶାଙ୍କ ପାଳନ କେନ୍ଦ୍ର ପାଲଟିଛି ୧୦ଲକ୍ଷ ଟଙ୍କାରେ ନିର୍ମିତ ଦୋକାନ ଗୃହ

ପଦ୍ମପୁର ଗୁଣପୁର: କଥାରେ ଅଛି ‘ସରକାର କା ମାଲ ଦରିୟା ମେ ଡାଲ୍‌’, ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ପଦ୍ମପୁର ବ୍ଲକରେ। ବ୍ଲକ ପ୍ରଶାସନ ପକ୍ଷରୁ ଅଂଚଳର ଆଦିବାସୀ ସମେତ ଅନ୍ୟ ବେକାର ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୧୦ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିଲା ଏକ ମାର୍କେଟ କମ୍ପ୍ଲେକ୍ସ। ପ୍ରଶାସନର ଏହି ଲକ୍ଷ୍ୟ ଏଠାରେ ଦିଗହରା ହେବା ସହ ଆରମ୍ଭରୁ ହିଁ ଝୁଣ୍ଟି ପଡ଼ିଛି ପ୍ରକଳ୍ପ। ଯାହା ଏବେ ପାଲଟିଛି ଡେଙ୍ଗୁ ମଶାଙ୍କ ପାଳନ କେନ୍ଦ୍ର।

ରାୟଗଡା ଜିଲ୍ଲାର ପଦ୍ମପୁର ବ୍ଲକ ଏକ ବ୍ୟାବସାୟିକ ପେଣ୍ଠ ସ୍ଥଳୀ। ଏହି ଅଂଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମିତ ହେଲା ମାର୍କେଟ କମ୍ପ୍ଲେକ୍ସ । ଆଦିବାସୀ ସମ୍ପ୍ରଦାୟର ବେକାର ଯୁବକ ଯୁବତୀ ଏହି ଦୋକାନ ଗୃହ କମ ଭଡା ଆକାରରେ ନେବେ ଆଉ ସ୍ଵାବଲମ୍ବୀ ହେବେ ବୋଲି ଲକ୍ଷ୍ୟ ରଖିଥିଲା ବ୍ଲକ ପ୍ରଶାସନ । ୨୦୦୭-୦୮ ଆର୍ଥିକ ବର୍ଷରେ ନିର୍ମାଣ ହୋଇଥିଲା ୨୦ଟି ଦୋକାନ ଗୃହ । ଗୋଟିଏ ଦୋକାନ ଗୃହ ପିଛା ୫୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ପଂଚାୟତକୁ ହସ୍ତାନ୍ତର କରାଯାଇଥିଲା । ଉଦ୍ଦେଶ୍ୟ ଥିଲା ପଂଚୟତର ରାଜସ୍ବ ବୃଦ୍ଧି ଓ ବେକାର ଯୁବକ ଯୁବତୀଙ୍କୁ ଥଇଥାନ କରାଇବା। କିନ୍ତୁ ବିଡମ୍ବନାର ବିଷୟ ଯେ ନିର୍ମାଣ ହେବା ଦିନଠାରୁ ଏଠାକାର ଦୋକାନ ଗୃହ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ରକ୍ଷଣା ବେକ୍ଷଣ ଅଭାବରୁ ଦୋକାନ ଗୃହ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଛି । ବୈଷୟିକ ଜ୍ଞାନ କୌଶଳ ଅଭାବରେ ଏହି ଦୋକାନ ଗୃହ ନିର୍ମିତ ହୋଇଥିବାରୁ ବର୍ଷା ଦିନେ ବିଭିନ୍ନ ୱାର୍ଡରୁ ଆସୁଥିବା ଅପରିଷ୍କାର ପାଣି ଏଠାରେ ଜମି କୃତ୍ରିମ ପୋଖରୀ ସୃଷ୍ଟି ହେଉଛି। ଦୋକାନ ସମ୍ମୁଖରେ ଆଣ୍ଠୁଏ ପାଣି ଜମି ରହୁଛି। ସେହି ବର୍ଷା ଜଳ ନିଷ୍କାସିତ ହୋଇପାରୁ ନାହିଁ। ଫଳରେ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗ ବ୍ୟାପିବାରେ ଏହି ମାର୍କେଟ କମ୍ପ୍ଲେକ୍ସ ପ୍ରତ୍ୟକ୍ଷ ଭାବେ ସହାୟକ ହେଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

- Advertisement -

ଏ ସମ୍ପର୍କରେ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ  ଯୋଗାଯୋଗ କରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ତେବେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ବ୍ଲକ ପ୍ରଶାସନ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହି ମାର୍କେଟ କମ୍ପ୍ଲେକ୍ସ ଉପରେ ବ୍ଲକ ପ୍ରଶାସନର କେବେ ଦୃଷ୍ଟି ପଡିବ ଓ ନିର୍ମାଣର ଉଦ୍ଦେଶ୍ୟ ସାଧନ ହେବ ସେନେଇ ପଦ୍ମପୁରବାସୀ ଅପେକ୍ଷା କରିଛନ୍ତି।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories