Patra electronics

iPhone16 କିଣିବା ପାଇଁ ଲମ୍ବା ଲାଇନ୍‌‌

ଆଜିଠୁ ଭାରତରେ ଆଇଫୋନ୍‌‌-୧୬ର ବିକ୍ରି ଆରମ୍ଭ ହୋଇଛି। ସକାଳ ୮ଟାରୁ ମୁମ୍ବାଇ ଓ ଦିଲ୍ଲୀର ଆପଲ୍‌‌ ଷ୍ଟୋର ଖୋଲିଥିବା ବେଳେ ଆଇଫୋନ୍‌‌-୧୬ କିଣିବା ପାଇଁ ଉତ୍କଣ୍ଠାର ସହ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଆପଲର ଆଇଫୋନ୍ ୧୬ ସିରିଜ୍ ଅଗ୍ରୀମ ବୁକିଂ ସେପ୍ଟେମ୍ବର ୧୩ଠାରୁ ଆରମ୍ଭ ହୋଇଥିଲା। ଏହି ସେଲରେ ଆପଲ୍ ପକ୍ଷରୁ ୫ ହଜାର ଟଙ୍କା କ୍ୟାସବ୍ୟାକ୍ ଦିଆଯିବା ସହ ନୋ କଷ୍ଟ ଇଏମଆଇର ଲାଭ ଉଠାଇ ଥିଲେ ଗ୍ରାହକ। ଫୋନର ପ୍ରି-ବୁକିଂ ଉପରେ କୌଣସି ଦେୟ ନିଆଯାଇନଥିଲା।
ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଆପଲ୍ ପ୍ରୋ ମଡେଲର ମୂଲ୍ୟ ହ୍ରାସ କରିଛି। iPhone 16 Proର ୧୨୮ ଜିବି ଷ୍ଟୋରେଜ୍ ଫୋନର ପ୍ରାରମ୍ଭିକ ମୂଲ୍ୟ ୧,୧୯,୯୦୦ ଟଙ୍କା ରହିଛି। ସେହିପରି iPhone 16 Pro Maxର ୨୫୬ ଜିବି ଫୋନ୍ର ଦାମ୍ ୧,୪୪,୯୦୦ ଟଙ୍କା ରହିଛି। ଅପରପକ୍ଷେ iPhone16 ଏବଂ iPhone 16 Plusର ଦାମ୍ ପୂର୍ବ ଭଳି ରହିଛି। ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। iPhone 16ର ପ୍ରାରମ୍ଭିକ ମୂଲ୍ୟ ୭୯,୯୦୦ ଟଙ୍କା ରହିଥିବାବେଳେ iPhone 16 Plusର ଦାମ୍ ୮୯,୯୦୦ ଟଙ୍କା ରହିଛି।

Comments are closed.