www.samajalive.in
Thursday, December 11, 2025
15.1 C
Bhubaneswar

ସାପ କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ

ପୁରୀ: ପୁରୀ ଜିଲା ଅସ୍ତରଙ୍ଗ ଥାନା ପରିସରରେ ସାପ କାମୁଡ଼ାରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର ଆୟୋଗଙ୍କ ଆଦେଶକ୍ରମେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଛି। ପୁରୀ ଜିଲା ପ୍ରଶାସନ ତରଫରୁ ଦାଖଲ କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ ଦର୍ଶାଯାଇଛି ଯେ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ଦିଆଯାଇଛି। ଆୟୋଗରେ ମାନବାଧିକାର କର୍ମୀ ତଥା ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଅଭିଯୋଗ ଅନୁଯାୟୀ ଚଳିତ ବର୍ଷ ମେ ୨୭ରେ ଜଣେ ମହିଳା ଏତଲା ଦେବାକୁ ନିଜର ଦୁଇ ବର୍ଷର ଶିଶୁ ପୁତ୍ରଙ୍କୁ ସାଙ୍ଗରେ ଧରି ଅସ୍ତରଙ୍ଗ ଥାନାକୁ ଯାଇଥିଲେ। ସେଠାରେ ବିଷାକ୍ତ ସାପ କାମୁଡ଼ାରେ ଶିଶୁଟିର ମୃତ୍ୟୁ ଘଟିଥିଲା। ଓଡ଼ିଶାରେ ଥାନା ପରିସରରେ କେହି ସୁରକ୍ଷିତ ନୁହନ୍ତି ଦର୍ଶାଇ ପୁଲିସ ଏବଂ ପ୍ରଶାସନିକ ଅବହେଳାକୁ ଶ୍ରୀ ତ୍ରିପାଠୀ ଦାୟୀ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories