www.samajalive.in
Saturday, December 6, 2025
23.1 C
Bhubaneswar

ମାତ୍ର ୫୦୦ ଟଙ୍କା ଦେଇ ଘରକୁ ନେଇ ପାରିବେ ୟାମାହାର ଏହି ଇଲେକ୍ଟ୍ରିକ୍ ସାଇକେଲ

ନୂଆଦିଲ୍ଲୀ : ଦେଶରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନର ଚାହିଦା ଧିରେ ଧିରେ ବଢୁଛି । ଦୁଇଚକିଆ ଇଭିର ଦାମ୍ ୭୦-୮୦ ହଜାର ଟଙ୍କାରୁ ଆରମ୍ଭ ହେଉଛି । ଏଭଳି କ୍ଷେତ୍ରରେ ଇଲେକ୍ଟ୍ରିକ୍ ସାଇକେଲ ମଧ୍ୟ ଭଲ ବିକଳ୍ପ ସାଜିଛି । ୟାମାହା ଏକ ଇଲେକ୍ଟ୍ରିକ୍ ସାଇକେଲ ବଜାରକୁ ନେଇଆସିଛି । କମ୍ପାନୀ ଏହାର ଭିନ୍ନ ଭିନ୍ନ ମଡେଲ ବଜାରକୁ ନେଇଆସିଛି । ଏହାର ଦାମ୍ ୪୦ ହଜାର ଟଙ୍କାରୁ ଆରମ୍ଭ ହେଉଛି ।

ଇଭି ବାଇକ୍ ଓ ସ୍କୁଟର ଭଳି ଇ-ସାଇକେଲରେ ମଧ୍ୟ କମ୍ପାନୀ ଅନେକ ଅଫର ଦେଉଛି । ଏହା ସହିତ ବ୍ୟାଙ୍କର ଲୋନ୍ ସୁବିଧା ମଧ୍ୟ ମିଳୁଛି । ଆପଣ ଏହି ଇଲେକ୍ଟ୍ରିକ୍ ସାଇକେଲକୁ ମାତ୍ର ୫୦୦ ଟଙ୍କା ଡାଉନପେମେଣ୍ଟ ଦେଇ କିଣିପାରିବେ । ଏହା ପରେ ଆପଣ ପ୍ରତି ମାସିକ କିସ୍ତି ଭରିପାରିବେ । ଯଦି ଆପଣ ଚାହିଁବେ ତେବେ ଅଧିକ ଡାଉନପେମେଣ୍ଟ ମଧ୍ୟ ଦେଇପାରିବେ ।

- Advertisement -

ଏଥିରେ ଟିଏଫଟି ଡିସପ୍ଲେ, ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କଲେକ୍ଟର, ୟୁଏସବି ଚାର୍ଜିଂ ପୋର୍ଟ, କନଫର୍ଟେବଲ ଓ ଆଡଜେଷ୍ଟେବଲ ସିଟ୍, ଡିସ୍କ ବ୍ରେକ୍, ଫାଷ୍ଟ ଚାର୍ଜିଂ ସପୋର୍ଟ, ହେଡଲାଇଟ ରିଫ୍ଲେକ୍ଟର ଭଳି ଅନେକ ଫିଚର୍ ରହିଛି । ତେବେ ମଡେଲ ଅନୁସାରେ ଏହି ଫିଚର ଭିନ୍ନ ରହିବ  । ଏହାକୁ ଫୁଲ ଚାର୍ଜ କଲେ ୮୦ କିଲୋମିଟର ଯାତ୍ରା କରିହେବ । କମ୍ପାନୀ ବ୍ୟାଟେରୀ ଉପରେ ୪ ବର୍ଷର ଓ୍ବାରେଣ୍ଟି ଦେଉଛି ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories