www.samajalive.in
Wednesday, November 12, 2025
19.1 C
Bhubaneswar

ଓଡିଶାର ବିଭିନ୍ନ ନଦୀ ଅବବାହିକାରେ ବନ୍ୟାସ୍ଥିତିର ସମୀକ୍ଷା

ଡେସ୍କ:ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସର୍ବୋଚ୍ଚ ଯନ୍ତ୍ରୀ ଓ ସଂପୃକ୍ତ ମୁଖ୍ୟଯନ୍ତ୍ରୀଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲା ତଥା ସୁବର୍ଣ୍ଣରେଖା ନଦୀ ଅବବାହିକାରେ ସଦ୍ୟତମ ବନ୍ୟା ପରିସ୍ଥିତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପରମୁଣ୍ଡରେ ବର୍ଷା ଓ ବନ୍ୟାର ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା ସହିତ ଝାଡ଼ଖଣ୍ଡ ରାଜ୍ୟର ଜଳସଂପଦ ବିଭଗ ସଚିବ ପ୍ରଶାନ୍ତ କୁମାରଙ୍କ ସହିତ କଥା ହୋଇଥିଲେ। ସୁବର୍ଣ୍ଣରେଖାର ରାଜଘାଟ ଠାରେ ଜଳସ୍ତର ଗତ ୨ ଘଣ୍ଟା ଧରି ୧୧.୬୦ ମିଟରରେ ସ୍ଥିର ରହିଛି। ପୂର୍ଣ୍ଣିମା ଯୋଗୁଁ ସମୁଦ୍ର ଜୁଆରିଆ ହେତୁ ଜଳ ନିଷ୍କାସନରେ ବିଳମ୍ବ ଘଟୁଛି। ଗତ ୨ ଦିନରେ ବର୍ଷ। ଯୋଗୁଁ ସମ୍ଭାବ୍ୟ ବନ୍ୟା ସ୍ଥିତିର ଅନୁଧ୍ୟାନ ପାଇଁ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଚନ୍ଦ୍ର ଶେଖର ପାଢୀ ବାଲେଶ୍ୱର ଠାରେ ଅବସ୍ଥାନ କରି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଜଳକା ନଦୀର ଜଳସ୍ତର ବର୍ତ୍ତମାନ ‘ମଥାନୀ’ ସେତୁ ଠାରେ ଆଜି ଦିନ ୯ ଘଟିକା ସମୟରେ ୬.୬ମିଟର ରେ ଥାଇ ଜଳପତନସ୍ତର ତଳକୁ ଖସୁଥିବା ଜଣାଯାଇଛି। ତେଣୁ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସମୀକ୍ଷାରୁ ଜଣାପଡିଛି।

- Advertisement -

ସେହିପରି ବୁଢାବଳଙ୍ଗ ନଦୀର ଗୋବିନ୍ଦପୁର ଠାରେ ଜଳସ୍ତର ୬.୯୪ ମିଟରରେ ବିପଦ ସଙ୍କେତ ତଳେ ଥିବା ଜଣାଯାଇଛି ଏବଂ ଜଳପତନ ସ୍ତର ହ୍ରାସ ପାଉଛି। ବ୍ରାହ୍ମଣୀ ଓ ବୈତରଣୀ ନଦୀର ଜଳ ସ୍ତର ବିପଦ ସଂକେତ ତଳେ ପ୍ରବାହିତ ହୋଇଛି।

ପରେ ଶ୍ରୀମତୀ ଗର୍ଗ ରାଜ୍ୟର ବିଭିନ୍ନ ବୃହତ୍ତ ଓ ମଧ୍ୟମ ଜଳ ଭଣ୍ଡାରର ଜଳସ୍ତର ସ୍ଥିତିର ସମୀକ୍ଷା କରିଥିଲେ। ଆଜି ସକାଳ ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୮.୯୧ ଫୁଟ, ରେଙ୍ଗାଲୀର ଜଳସ୍ତର ୧୨୧.୯୮ ମିଟର , ଅପର କୋଲାବର ଜଳସ୍ତର ୮୫୬.୯୫ ମିଟର, ବାଲିମେଳାରେ ଜଳସ୍ତର ୧୫୧୨.୫ ଫୁଟ ଏବଂ ଲୋୟର ଇନ୍ଦ୍ରାର ଜଳସ୍ତର ୨୬୪.୨୧ ମିଟର ରହିଥିଲା। ଋଷିକୁଲ୍ୟା ଅବବାହିକାର ଧନେଇ ଡ୍ୟାମକୁ ବାଦ ଦେଇ ଅନ୍ୟ ସମସ୍ତ ୭ଟି ମଧ୍ୟମ ଜଳଭଣ୍ଡାରର ଜଳସ୍ତର ହାରାହାରି ଜଳସ୍ତର ୪୩% ରହିଛି।

ସ୍ଥିତି ଅନୁଧ୍ୟାନ କରି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତ ବିଭାଗୀୟ ଯନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେବା ସହ ବାଲେଶ୍ୱର ଜିଲ୍ଲାର ଯନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକତା ଅନୁସାରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories