www.samajalive.in
Saturday, December 6, 2025
14.1 C
Bhubaneswar

ସିନ୍ଧୁ ନଦୀ ଜଳ ରାଜିନାମାରେ ସଂଶୋଧନ ପାଇଁ ପାକିସ୍ତାନକୁ ଭାରତର ନୋଟିସ

ସମାଜ ଡିଜିଟାଲ ଡେସ୍କ: ସିନ୍ଧୁ(ଇଣ୍ଡସ) ନଦୀ ଜଳ ରାଜିନାମାରେ ସଂଶୋଧନ ଲାଗି ଭାରତ ପକ୍ଷରୁ ପାକିସ୍ତାନକୁ ନୋଟିସ ପଠାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜିନାମାର ସମୀକ୍ଷା ସହିତ ଏଥିରେ କିଛି ମୌଳିକ ପରିବର୍ତ୍ତନ ଆଣିବାକୁ ଭାରତ ସରକାରଙ୍କ ପକ୍ଷରୁ ପଠାଯାଇଥିବା ନୋଟିସରେ ଦର୍ଶାଯାଇଛି। ପୂର୍ବରୁ ମଧ୍ୟରେ ୨୦୨୩ ଜାନୁୟାରୀରେ ଭାରତ ପକ୍ଷରୁ ଅନୁରୂପ ଏକ ନୋଟିସ ପଠାଯାଇଥିଲା। ରାଜିନାମା କାର୍ଯ୍ୟକାରିତାରେ ସହଯୋଗ କରିବା କ୍ଷେତ୍ରରେ ପାକିସ୍ତାନର ବିଫଳତା ଯୋଗୁ ଭାରତ ଏହି ନୋଟିସ ପଠାଇଥିଲା।

ଦୁଇ ଦେଶ ମଧ୍ୟରେ ସିନ୍ଧୁ ନଦୀ ଜଳ ଆବଣ୍ଟନ ଲାଗି ୧୯୬୦ରେ ଏହି ରାଜିନାମା ସ୍ଵାକ୍ଷରିତ ହୋଇଥିଲା। ଚୁକ୍ତି ଅନୁସାରେ, ପୂର୍ବରେ ଥିବା ସତଲେଜ, ବିୟାସ ଏବଂ ରବି ନଦୀର ପ୍ରାୟ ୩୩ ନିୟୁତ ଏକର ଫୁଟ (ଏମଏଏଫ) ଜଳ ଭାରତର ବ୍ୟବହାର ପାଇଁ ଆବଣ୍ଟିତ ହୋଇଥିବାବେଳେ ପଶ୍ଚିମରେ ଥିବା ସିନ୍ଧୁ, ଝେଲମ ଏବଂ ଚେନାବ ନଦୀର ୧୩୫ ଏମଏଏଫ ଜଳ ବ୍ୟବହାର ଲାଗି ପାକିସ୍ତାନକୁ ଅନୁମତି ଦିଆଯାଇଛି। ପଶ୍ଚିମାଞ୍ଚଳରେ ଥିବା ନଦୀରେ ଜଳବିଦ୍ୟୁତ ଉତ୍ପାଦନ କରିବା ଲାଗି ମଧ୍ୟ ଚୁକ୍ତିରେ ଭାରତକୁ ଅଧିକାର ଦିଆଯାଇଛି। ଆବଶ୍ୟକ ସ୍ଥଳେ ଡ୍ୟାମର ଡିଜାଇନକୁ ନେଇ ପାକିସ୍ତାନ ଆପତ୍ତି ଉଠାଇ ପାରିବ ବୋଲି ମଧ୍ୟ କୁହାଯାଇଛି। କିନ୍ତୁ ଭାରତର କିଛି ଡ୍ୟାମ ନିର୍ମାଣକୁ ପାକିସ୍ତାନ ବିରୋଧ କରିଆସୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories