Patra electronics

ଭୋଡାଫୋନ୍‌ ଆଇଡିଆ ଶସ୍ତା ରିଚାର୍ଜର ଭାଙ୍ଗିଲା ରେକର୍ଡ; ମିଳିବ ଏସବୁ ସୁବିଧା, ଦାମ୍‌ ମାତ୍ର..

ନୂଆଦିଲ୍ଲୀ : ଭୋଡାଫୋନ୍‌ ଆଇଡିଆର କଥା ଉଠିଲେ ପ୍ରିପେଡ୍‌ ପ୍ଲାନ୍‌ ସବୁବେଳେ ଚର୍ଚ୍ଚାରେ ରହିଥାଏ । କାରଣ ଏଥିରେ ଆପଣଙ୍କୁ ଅନେକ ପ୍ଲାନ୍‌ ଖୁବ୍‌ କମ୍‌ ଦାମ୍‌ ରେ ମିଳିଥାଏ । ଏବେ ମଧ୍ୟ ଏହାର ରିଚାର୍ଜ କରି ପାରିବେ । ଏହି ସମସ୍ତ ପ୍ଲାନ୍‌ରେ ଓଟିଟି ସୁବିଧା ମଧ୍ୟ ମିଳୁଛି । ତେବେ ଭୋଡାଫୋନ୍‌-ଆଇଡିଆର କିଛି ଏଭଳି ପ୍ଲାନ୍‌ ବିଷୟରେ ଜାଣନ୍ତୁ, ଯେଉଁଥିରେ ଆପଣଙ୍କୁ ୨.୫ ଜିବି ଦୈନିକ ଡାଟା ମିଳିଥାଏ।

ଜାଣନ୍ତୁ : ଏହି ରାଶିର ଲୋକେ କମ୍‌ ପରିଶ୍ରମ ପରେ ବି ହୁଅନ୍ତି କୋଟିପତି, ଟଙ୍କା ମାମଲାରେ ଏମାନେ ଭାଗ୍ୟଶାଳୀ..

ଭୋଡାଫୋନ୍‌-ଆଇଡିଆ ପକ୍ଷରୁ ସର୍ବ ପ୍ରଥମ ପ୍ଲାନ୍‌ ୪୦୯ ଟଙ୍କା । ଏଥିରେ ୨.୫ ଜିବି ଦୈନିକ ଡାଟା ମିଳିଥାଏ । ଏହାସହ ଅନଲିମିଟେଡ୍‌ କଲିଙ୍ଗ ଓ ଦୈନିକ ୧୦୦ ଏସଏମଏସର ସୁବିଧା ମଧ୍ୟ ମିଳିଥାଏ । ଏହି ପ୍ଲାନ୍‌ର ସମୟ ସୀମା ୨୮ ଦିନ ପର୍ଯ୍ୟନ୍ତ।
ଭୋଡାଫୋନ୍‌-ଆଇଡିଆର ୪୬୯ ପ୍ଲାନ୍‌ ମଧ୍ୟରେ ୨.୫ ଜିବି ଦୈନିକ ଡାଟା ମିଳିଥାଏ । ଅସୀମିତ କଲିଙ୍ଗ, ନିୟମିତ ୧୦୦ ଏସଏମଏସ ସହ ଡିଜନି ହଟଷ୍ଟାରର ମଧ୍ୟ ସବସ୍କ୍ରିବସନ ମଧ୍ୟ ମିଳିଥାଏ । ଏହି ପ୍ଲାନ୍‌ ୨୮ ଦିନ ସମୟ ସୀମା ପର୍ଯ୍ୟନ୍ତ ମିଳିଥାଏ । ଏହି ପ୍ଲାନରେ ଭିଆଇ ହିରୋ ଅସୀମିତ ଅଫର ମଧ୍ୟ ସାମିଲ ରହିଛି।

ଭିଡିଓରେ ଦେଖନ୍ତୁ; କାଶ୍ମୀରରେ ଆତଙ୍କୀ ନିହତ ହେବାର ଲାଇଭ୍‌ ଭିଡିଓ..

ଏହାସହ ଶେଷରେ ୧୫୯୯ ପ୍ଲାନ୍‌ ମଧ୍ୟ ରହିଛି । ଏଥିରେ ନେଟଫ୍ଲିକ୍ସର ସାଧାରଣ ସବସ୍କ୍ରିବସନ ମିଳିଥାଏ । ଏହାର ବ୍ୟବହାର ୮୪ ଦିନ ପର୍ଯ୍ୟନ୍ତ କରି ପାରିବେ । ଏଥିରେ ଅନ୍ୟାନ୍ୟ ସମସ୍ତ ସୁବିଧା ମଧ୍ୟ ରହିଛି । ଅସୀମିତ କଲିଙ୍ଗ, ଦୈନିକ ୨.୫ ଜିବି ଡାଟା ଓ ୧୦୦ ଏସଏମଏସ ନିୟମିତ ମିଳିଥାଏ।

ଭିଆଇକୁ ନିକଟରେ କୁମାର ମଙ୍ଗଲମ ବିର୍ଲାର ସହଯୋଗ ମିଳିଛି । ବିର୍ଲା ଭିଆଇର ଅଂଶଧନ କିଣିଛି । ଏବେ କମ୍ପାନୀ ପୁଣି ଥରେ ଟେଲିକମ୍‌ ମାର୍କେଟରେ ଦମଦାର୍‌ ଶୈଳୀରେ ପ୍ରବେଶ କରିବାକୁ ଯାଉଛି । ଏହାସହ ନିଜର ପୂର୍ବ ଉପଭୋକ୍ତାଙ୍କୁ ପୁଣି ଥରେ ପାଇବାକୁ ଚାହୁଁଛି।

 

Comments are closed.