www.samajalive.in
Saturday, December 6, 2025
16.1 C
Bhubaneswar

ଭିଡିଓରେ ଦେଖନ୍ତୁ; କାଶ୍ମୀରରେ ଆତଙ୍କୀ ନିହତ ହେବାର ଲାଇଭ୍‌ ଭିଡିଓ..

ଶ୍ରୀନଗର : ଜମ୍ମୁ-କାଶ୍ମୀରର ବାରାମୂଳାର ଚକ ଟପ୍ପର କ୍ରେରି ପଟ୍ଟନ ଅଞ୍ଚଳରେ ଶନିବାର ସେପ୍ଟେମ୍ବର ୧୪ରେ ସେନାଙ୍କ ଗୁଳିରେ ୩ ଆତଙ୍କୀ ନିହତ ହୋଇଛନ୍ତି । ଏହି ଗୁଳିବିନିମୟର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ସାମ୍ନାକୁ ଆସିଛି । ଭିଡିଓରେ ଦେଖାଯାଉଛି, ଏକ ଆତଙ୍କବାଦୀ କିଭଳି ଏକ ଅଟ୍ଟାଳିକାରୁ ଖସି ପଳାଉଛି । ଏହାପରେ ସେନାଙ୍କ ଗୁଳିରେ ନିହତ ହେଉଛି । ଆତଙ୍କବାଦୀ ଓ ସେନାଙ୍କ ମଧ୍ୟରେ ଏହି ଗୁଳିବିନିମୟ ରାତି ସାରା ଲାଗି ରହିଥିଲା ।

- Advertisement -

ସେନାଙ୍କୁ ଏହି ତଲାସି ଅଭିଯାନରେ ଖୁବ୍‌ ସଫଳତା ମିଳିଥିଲା । ୩ ଆତଙ୍କୀ ନିହତ ହେବା ସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା । ଏନକାଉଣ୍ଟରର ଡ୍ରୋନ୍‌ ଫୁଟେଜ ଏବେ ସାମ୍ନାକୁ ଆସିଛି । ଆତଙ୍କୀ ଜଣକ ଖସି ପଳାଇବାକୁ ଉଦ୍ୟମ କରୁଥିବା ସମୟରେ ସେନାଙ୍କ ଗୁଳିରେ ନିହତ ହୋଇଥିଲା । କିଛି ଦିନ ହେବ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ସକ୍ରିୟ ରହିଥିବା ବେଳେ ସେନା ଯବାନଙ୍କର ଏହା ଏକ ବଡ ସଫଳତା ବୋଲି କୁହାଯାଉଛି ।

ଜାଣନ୍ତୁ : ଏହି ରାଶିର ଲୋକେ କମ୍‌ ପରିଶ୍ରମ ପରେ ବି ହୁଅନ୍ତି କୋଟିପତି, ଟଙ୍କା ମାମଲାରେ ଏମାନେ ଭାଗ୍ୟଶାଳୀ..

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories