bjd gruha runa

ତାତି ଆଉ ୨ ଦିନ

BJD Bijuli 480×75 Mob

ଭୁବନେଶ୍ୱର : ଯଦି ପାଣିପାଗ ବିଭାଗର ପୂର୍ବାନୁମାନ ସତ ହୁଏ ତେବେ ଆହୁରି ଦୁଇଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଅସହ୍ୟ ତାତିରେ ସିଝୁଥିବା ଅଧିକାଂଶ ସହରରେ ଆଜି ବି ସ୍ଥିତି ଅପରିବର୍ତ୍ତିତ ରହିଛି। ଆଜି ସୋନପୁରରେ ସର୍ବାଧିକ
ତାପମାତ୍ରା ରେକର୍ଡ କରାଯାଇ ଥିବାବେଳେ ୯ଟି ସ୍ଥାନରେ ପାରଦ ୪୩ଂ ଉପରକୁ ଯାଇଛି।
ଆଜି ସୋନପୁରରେ ତାପମାତ୍ରା ୪୪.୮ଂ ରେକର୍ଡ କରାଯାଇ ଥିବା ବେଳେ ସମ୍ବଲପୁରରେ ୪୪.୭ଂ, ଟିଟିଲାଗଡ଼ରେ ୪୪.୬ଂ, ତାଳଚେରରେ ୪୪.୩ଂ ରହିଥିଲା। ସେହିପରି ଝାରସୁଗୁଡ଼ାରେ ୪୪ଂ, ବଲାଙ୍ଗୀରରେ ୪୩.୭ଂ, ହୀରାକୁଦରେ ୪୩.୬ଂ, ମାଲକାନଗିରିରେ ୪୩.୨ଂ, ଭବାନୀପାଟଣାରେ ୪୩ଂ, ଅନୁଗୋଳରେ ୪୨.୭ଂ, ସୁନ୍ଦରଗଡ଼ରେ ୪୦ଂ,
ଚାନ୍ଦବାଲିରେ ୩୯.୭ଂ, କେନ୍ଦୁଝରଗଡ଼ରେ ୩୮.୭ଂ, ଭୁବନେଶ୍ବର ଓ ବାରିପଦାରେ ୩୮.୨ଂ, କଟକରେ ୩୭.୮ଂ ରହିଥିଲା। ଗତ ସପ୍ତାହେ ହେଲା କାଳବୈଶାଖୀ ବର୍ଷାର ସମ୍ଭାବନା ରହିଥିଲେ ସୁଦ୍ଧା କିଛି ହାତ ଗଣତି ସ୍ଥାନରେ ବର୍ଷା ହୋଇଛି। ଅଧିକାଂଶ ସହରରେ ପାଗ ଶୁଖିଲା ରହୁଛି। ବାୟୁରେ ଆର୍ଦ୍ରତା ପରିମାଣ ଅଧିକ ରହୁଥିବାରୁ ବର୍ଷା ହେଉ ନାହିଁ ଏବଂ ଏହାର ପ୍ରଭାବରେ ଅସହ୍ୟ ଗୁଳୁଗୁଳି ଲାଗି ରହୁଛି। ଆଉ ଦୁଇଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ପାଇଁ ଆଲର୍ଟ ଜାରି କରାଯାଇଛି।
ତାତି ଆଉ…

Comments are closed.