www.samajalive.in
Wednesday, December 10, 2025
16.1 C
Bhubaneswar

ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଖସିଲା ଛାତ: ଅଳ୍ପକେ ବର୍ତ୍ତିିର୍ଲେ କର୍ମଚାରୀ

ଲାଠୋର : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଧିନସ୍ଥ ଲାଠୋର ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଛାତ ଶନିବାର ସକାଳୁ ଖସି ଯିବାରୁ ଛାତ ତଳେ ଥିବା କର୍ମଚାରୀମାନେ ଅଳ୍ପକେ ରକ୍ଷା ପାଇଯାଇଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ୧୯୭୫ ମସିହାରୁ ସ୍ଥାପିତ ଉକ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବଲାଙ୍ଗୀର ଜିଲାର ବେଲପଡା, ତୁରେକେଲା, ଖପ୍ରାଖୋଲ ତଥା ନୂଆପଡା ଜିଲା କୋମନା ବ୍ଳକର ଗ୍ରାମମାନଙ୍କର ଅଧିବାସୀ ମାନେ ନିର୍ଭର କରି ଏଠାକୁ ଆଶୁ ଚିକିତ୍ସା ପାଇ ଆସିଥାନ୍ତି। ପ୍ରତ୍ୟହ ବହୁ ସଂଖ୍ୟାରେ ରୋଗୀ ଏଠାକୁ ଆସୁଛନ୍ତି। ବିଭାଗୀୟ ଅଧିକାରୀ ତଥା କର୍ମଚାରୀମାନଙ୍କ ପାଇଁ ଗୃହ ରହିଥିବା ବେଳେ ଡାକ୍ତର ଏବଂ କର୍ମଚାରୀମାନେ ଯେଉଁ ଗୃହରେ ବସି ରୋଗୀ ଦେଖିବା ତଥା ଔଷଧ ବିତରଣ କରୁଛନ୍ତି। ଏହି ଗୃହ ଅତି ପୁରୁଣା ହୋଇ ଥିଲେ ହେଁ ତାକୁ ଭାଙ୍ଗି ନୂତନ ଗୃହ ନିର୍ମାଣ କରାନଯାଇ କେବଳ ମରାମତିରେ କାମ ଚାଲିଛି। ନିକଟରେ ଉକ୍ତ ଗୃହ ମରାମତି କରାଯାଇଥିଲେ ହେଁ କାମ ନିମ୍ନମାନର ହୋଇଥିବା ଯୋଗୁଁ ଛାତ ଖସି ପଡିଥିବା କୁହାଯାଉଛି। ସବୁଦିନ ପରି ଶନିବାର ସକାଳ ୭ଟାରେ କର୍ମଚାରୀମାନେ ହସପିଟାଲ ଖୋଲିଥିଲେ। ଖୋଲି ଦେଖିଲା ବେଳକୁ ଫାର୍ମାସିଷ୍ଟ ଏବଂ କର୍ମଚାରୀମାନେ ଯେଉଁ ଗୃହରେ ବସନ୍ତି ଔଷଧ ବିତରଣ କରନ୍ତି ସେହି ଗୃହର ଛାତ ଖସି ପଡିଛି। ହସପିଟାଲ କାର୍ଯ୍ୟ ଚାଳିବା ସମୟ ପୂର୍ବରୁ ଘଟଣାଟି ଘଟିଥିବାରୁ ନିଶ୍ଚିତ ରୂପେ କର୍ମଚାରୀମାନେ ଏକ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଚର୍ଚ୍ଚା ହେଉଛି। ଏନେଇ ଲାଠୋର ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ରାଜ୍ୟଶ୍ରୀ ସାହୁଙ୍କୁ ଯୋଗାଯୋଗ କରିବାରୁ ସେକୁହନ୍ତି, ଆମେ ଉପରସ୍ଥ ଅଧିକାରୀଙ୍କୁ ଘଟଣା ବିଷୟରେ ଜଣାଇଛୁ। ତେବେ ଯଥାଶୀଘ୍ର ଏହାର ତଦନ୍ତ କରି ନୂତନ ଗୃହ ନିର୍ମାଣ ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories