www.samajalive.in
Wednesday, December 10, 2025
16.1 C
Bhubaneswar

ତୀରନ୍ଦାଜୀ ବିଶ୍ବକପ୍‌ରେ ଭାରତକୁ ବ୍ରୋଞ୍ଜ୍‌

ଆଣ୍ଟାଲ୍ୟା (ତୁର୍କୀ) : ଏଠାରେ ଆୟୋଜିତ ତୀରନ୍ଦାଜୀ ବିଶ୍ବକପ୍‌ ଷ୍ଟେଜ୍‌-୩ର ପୁରୁଷ କମ୍ପାଉଣ୍ଡ ଦଳଗତ ବିଭାଗରେ ଭାରତୀୟ ତୀରନ୍ଦାଜ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ବ୍ରୋଞ୍ଜ୍‌ ପଦକ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତର ରଜତ ଚୌହ୍ବାନ୍‌, ଅଭିଷେକ ବର୍ମା ଓ ଅମନ୍‌ ସାଇନି ରୁଷିଆର ଆଣ୍ଟନ୍‌ ବୁଲାଏଭ୍‌, ଆଲେକଜେଣ୍ଡାର ଡାମାଏଭ ଓ ପାଭେଲ୍‌ କ୍ରିଲୋଭ୍‌ଙ୍କୁ ୫ ପଏଣ୍ଟ ବ୍ୟବଧାନରେ ପରାସ୍ତ କରିଥିଲେ। ଭାରତୀୟ ଦଳକୁ ୨୩୫ ପଏଣ୍ଟ ମିଳିଥିବା ବେଳେ ରୁଷିଆ ଦଳକୁ ୨୩୦ ପଏଣ୍ଟ ମିଳିଥିଲା।
ଅନ୍ୟପକ୍ଷରେ ଜ୍ୟୋତି ସୁରେଖା ଭେନାମ୍‌, ମୁସ୍କାନ୍‌ କିରାର ଓ ସ୍ବାତୀଙ୍କୁ ନେଇ ଗଠିତ ମହିଳା କମ୍ପାଉଣ୍ଡ ଦଳ ଅଳ୍ପକେ ବ୍ରୋଞ୍ଜ୍‌ ପଦକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ। ଭାରତୀୟ ଖେଳାଳି ବ୍ରିଟେନ୍‌ର ଲାଇଲା ଆନିସନ୍‌, ଇଲା ଗିବସନ୍‌ ଓ ଲୁସି ମାନସନଙ୍କ ଠାରୁ ୨ ପଏଣ୍ଟରେ ପରାସ୍ତ ହୋଇଥିଲେ। ଭାରତୀୟ ଦଳକୁ ୨୨୬ ପଏଣ୍ଟ ମିଳିଥିବା ବେଳେ ବ୍ରିଟେନ୍‌ ଦଳକୁ ୨୨୮ ପଏଣ୍ଟ ମିଳିଥିଲା। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଭାରତୀୟ ରିକର୍ଭ ତୀରନ୍ଦାଜମାନେ ନୈରାଶ୍ୟଜନକ ପ୍ରଦର୍ଶନ କରି କୌଣସି ପଦକ ହାସଲ କରିପାରି ନାହାନ୍ତି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories