www.samajalive.in
Wednesday, December 10, 2025
16.1 C
Bhubaneswar

ଟ୍ରାଇ ରିପୋର୍ଟ ଅନୁସାରେ ଓଡିଶାରୁ ମାର୍ଚ୍ଚମାସରେ କମିଲେ ୮.୨୮ ଲକ୍ଷ ମୋବାଇଲ ଉପଭୋକ୍ତା

ଭୁବନେଶ୍ୱର .- ଟେଲିକମ ରେଗୁଲାଟାରୀ ଅଥରଟି ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ଓଡିଶାରେ ୨୦୧୯ ମାର୍ଚ୍ଚ ମାସରେ ସାମଗ୍ରିକ ଭାବେ ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ୮.୨୮ ଲକ୍ଷ ହ୍ରାସ ଘଟି ଏହା ୩.୨୭ କୋଟିରେ ପହଞ୍ଚିଛି। ମାର୍ଚ୍ଚ ମାସରେ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ହ୍ରାସ ଘଟିଛି । କେବଳ ଜିଓ ଏବଂ ବିଏସ୍‌ଏନ୍‌ଏଲ୍ ଗ୍ରାହକ ସଂଖ୍ୟା ବୃଦ୍ଧି ପାଇଛି । ଅନ୍ୟ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ମଧ୍ୟରେ ମାର୍ଚ୍ଚ ମାସରେ ଭାରତୀଏୟାରଟେଲ୍‍ ସର୍ବାଧିକ ଭାବେ ଓଡ଼ିଶାରେ ୯.୩୬ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଏହା ପଛକୁ ଭୋଡାଫୋନ୍‍ ଏହି ମାସରେ ୨.୯୭ ଲକ୍ଷ ଗ୍ରାହକ ହରାଇଛି। ସେହିପରି ଏହି ସମୟ ମଧ୍ୟରେ ଟାଟା ଟେଲିସର୍ଭିସେସ୍‍ ଓଡ଼ିଶାରେ ୩୯,୪୨୦ ଗ୍ରାହକ ହରାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

ଜାତୀୟସ୍ତରରେ ଜିଓ ଗ୍ରାହକ ଅଭିବୃଦ୍ଧି ଜାରି ରଖିଛି । ମାର୍ଚ ମାସରେ ୯୪ ଲକ୍ଷରୁ ଊର୍ଦ୍ଧ୍ବ ଗ୍ରାହକ ଯୋଡ଼ି ଏକମାତ୍ର ସେବା ପ୍ରଦାନକାରୀ ସଂସ୍ଥା ଭାବେ ନେଟ୍‍ ଗ୍ରାହକ ବୃଦ୍ଧି ପାଇଛି । ୨୦୧୯ ଫେବୃଆରୀ ସୁଦ୍ଧା ସାରା ଦେଶରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୧୧୮ କୋଟି ରହିଥିଲା ବେଳେ ମାର୍ଚ୍ଚ ମାସରେ ଏଥିରେ ହ୍ରାସ ଘଟି ଏହି ସଂଖ୍ୟା ୧୧୬ କୋଟିକୁ ଖସି ଆସିଛି।

- Advertisement -

ଟ୍ରାଇ ତଥ୍ୟ ଅନୁସାରେ, ସାରା ଦେଶରେ ବ୍ରଡ୍‍ବ୍ୟାଣ୍ଡ୍‍ ଗ୍ରାହକ ସଂଖ୍ୟା ଫେବୃଆରୀ ମାସ ତୁଳନାରେ ୨.୩୭ ପ୍ରତିଶତ ଅଭିବୃଦ୍ଧି ସହିତ ମାର୍ଚ୍ଚ ଶେଷ ସୁଦ୍ଧା ୫୬.୩୧ କୋଟିରେ ପହଞ୍ଚିଛି। ତେବେ ରିଲାଏନ୍ସ ଜିଓ ସର୍ବାଧିକ ୩୦.୬୭ କୋଟି ବ୍ରଡ୍‍ବ୍ୟାଣ୍ଡ ଗ୍ରାହକ ସୃଷ୍ଟି କରିଥିବା ବେଳେ ଏହା ପଛକୁ ଏୟାରଟେଲ୍‍ର ୧୧.୪୬ କୋଟି, ଭୋଡାଫୋନ୍‍ ଆଇଡିଆ ୧୧.୦୨ କୋଟି ଏବଂ ବିଏସ୍‍ଏନ୍‍ଏଲ୍‍ର ୨.୨୧ କୋଟି ବ୍ରଡ୍‍ବ୍ୟାଣ୍ଡ୍‍ ଗ୍ରାହକ ରହିଥିବା ଏଥିରେ ଦର୍ଶାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories