ଆତଙ୍କବାଦୀ ଆକ୍ରମଣରେ ୧୧ ଆଫଗାନ ସୁରକ୍ଷାକର୍ମୀ ମୃତ

0

କାବୁଲ : ଆଫଗାନିସ୍ଥାନରେ ପୁନଃ ତାଲିବାନ୍‌ ଆତଙ୍କବାଦୀମାନେ ସକ୍ରିୟ ହୋଇଠିଛନ୍ତି। ମଙ୍ଗଳବାର ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ଦେଶର ୧୧ ଜଣ ସୈନ୍ୟ ଏବଂ ପୁଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି। ଫାରା ଓ ଘାଜନି ପ୍ରଦେଶରେ ସେନା ଚେକ୍‌ପୋଷ୍ଟ ଉପରେ ଆକ୍ରମଣ କରି ତାଲିବାନ ଆତଙ୍କବାଦୀ ୯ ସୈନ୍ୟଙ୍କୁ ହତ୍ୟା କରିଛନ୍ତି। ଏହି ଆକ୍ରମଣ ପାଇଁ ତାଲିବାନ ମୁଖପାତ୍ର ଜାବିହୁଲା ମୁଜାହିଦ ନିଜକୁ ଦାୟୀ କରିଛନ୍ତି। ଅନ୍ୟପଟେ ବାଦଘିସ ପ୍ରଦେଶରେ ଥିବା ଏକ ଚେକ୍‌ପୋଷ୍ଟ ଉପରେ ତାଲିବାନୀ ଆତଙ୍କବାଦୀ ଆକ୍ରମଣ କରି ୨ ଜଣ ପୁଲିସଙ୍କୁ ହତ୍ୟା କରିଥିବା ବେଳେ ଅନ୍ୟ ୬ ଜଣଙ୍କୁ ଧରିନେଇଛନ୍ତି। ବାଲା ବୁଲୁକ ଜିଲାରେ ୬ ଜଣ ଆତଙ୍କବାଦୀଙ୍କର ସେନାଗୁଳିରେ ମୃତ୍ୟୁ ଘଟିଛି। ଗତ ସପ୍ତାହରେ କାବୁଲଠାରେ ଘଟିଥିବା ଆତଙ୍କବାଦୀ ବିସ୍ଫୋରଣ ଜନିତ ମୃତ୍ୟୁ ସଂଖ୍ୟା ଇତିମଧ୍ୟରେ ୬୦ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Leave A Reply