www.samajalive.in
Wednesday, December 10, 2025
15.1 C
Bhubaneswar

ଅରୁଣାଚଳରେ ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣ; ଏନ୍‍ପିପି ବିଧାୟକଙ୍କ ସମେତ ୧୧ ମୃତ

ଇଟାନଗର : ଅରୁଣାଚଳପ୍ରଦେଶର ତିରପ ଜିଲାରେ ମଙ୍ଗଳବାର ବିଚ୍ଛିନ୍ନତାବାଦୀମାନେ ଏକ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏଥିରେ ଏନ୍‍ପିପିର ବିଧାୟକ ତିରୋଙ୍ଗ ଆବୋହଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ଘଟିଛି।
ଆକ୍ରମଣରେ ବିଧାୟକଙ୍କ ଦୁଇ ଜଣ ପିଏସ୍‍ଓ (ସୁରକ୍ଷା ଅଧିକାରୀ) ସହିଦ ହୋଇଛନ୍ତି। ଜଣେ ପିଏସ୍‍ଓଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ଏହି ଆକ୍ରମଣ ପାଇଁ ନ୍ୟାସନାଲ ସୋସିଆଲିଷ୍ଟ କାଉଁସିଲ ଅଫ ନାଗାଲାଣ୍ଡ ସଂଗଠନକୁ ଦାୟୀ କରାଯାଇଛି।
ଏହି ଘଟଣା ପାଇଁ ମେଘାଳୟ ମୁଖ୍ୟମନ୍ତ୍ରୀ ତଥା ଏନ୍‍ପିପି ଅଧ୍ୟକ୍ଷ କର୍ଣ୍ଣଡ଼ କେ ସାଙ୍ଗମା ଶୋକ ବ୍ୟକ୍ତ କରିଛନ୍ତି। ସାଙ୍ଗମା ଏଥିରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି।
ସୂଚନା ଅନୁସାରେ ଅରୁଣାଚଳପ୍ରଦେଶରେ ଏକସଙ୍ଗେ ଲୋକସଭା ସହ ବିଧାନସଭା ନିର୍ବାଚନ ହୋଇଛି। ଖୋନସା ପଶ୍ଚିମ ବିଧାନସଭା ଆସନରୁ ତିରୋଙ୍ଗ ଆବୋହ ପ୍ରାର୍ଥୀ ଥିଲେ। ମଙ୍ଗଳବାର ସପରିବାରେ ବିଧାୟକ ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରୁ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଏକ ଗାଡ଼ିରେ ଯାଉଥିଲେ। ତାଙ୍କ ପୁଅ ଗାଡ଼ି ଚଳାଉଥିଲେ। ଦିନ ପ୍ରାୟ ସାଢେ ୧୧ଟା ବେଳେ ଇଟାନଗରଠାରୁ ୨୬୦ କିଲୋମିଟର ଦୂର ତିରପ ଜିଲାର ବୋଗାପାନି ଗ୍ରାମ ନିକଟରେ ବିଚ୍ଛିନ୍ନତାବାଦୀମାନେ ତାଙ୍କ ଗାଡ଼ିକୁ ଅଟକାଇ ଆଖିବୁଜା ଗୁଳି ମାଡ଼ କରିଥିଲେ। ଏଥିରେ ବିଧାୟକ ଓ ତାଙ୍କ ପରିବାର ଲୋକଙ୍କ ସମେତ ୨ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ତିରାପ ଉପକମିଶନର ପିଏନ୍‍ ଥୁଙ୍ଗୁନ ଘଟଣାର ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି। ଆସାମ ରାଇଫଲ୍ସ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories