www.samajalive.in
Sunday, December 7, 2025
14.1 C
Bhubaneswar

‘ସାମସଙ୍ଗ ଗାଲାକ୍ସି ଏମ-୨୦’ରେ ମିଳିବ ହଜାରେ ଟଙ୍କାର ରିଆତି

ନୂଆଦିଲ୍ଲୀ : ଚଳିତ ବର୍ଷ ଜାନୁଆରୀରେ ସାମସଙ୍ଗ ଗାଲାକ୍ସି ଏମ-୨୦ର ବଜାର ପ୍ରବେଶ ହୋଇଥିଲା। ଏହି ଫୋନରେ ପ୍ରଥମ ଥର କମ୍ପାନୀ ତରଫରୁ ନଞ୍ଚ ଡିସପ୍ଲେର ବ୍ୟାବହାର କରାଯାଇଥିଲା। ଏହି ଫୋନକୁ ବର୍ତ୍ତମାନ ଅନଲାଇନ ଷ୍ଟୋର ଆମାଜନରୁ ହଜାରେ ଟଙ୍କାର ରିଆତି ସହିତ କିଣିପାରିବେ। ଏହି ଫୋନରେ ୫ହଜାର ଏମ୍ଏଚ୍ ବ୍ୟାଟେରୀ ଦିଆଯାଇଛି।

pic courtesy-gsmarena.com

ରିଆତି ପରେ ସାମସଙ୍ଗ ଗାଲାକ୍ସି ଏମ-୨୦ର ମୂଲ୍ୟ ଏବଂ ବିଶଷତ୍ବ

- Advertisement -

ସାମସଙ୍ଗ ଗାଲାକ୍ସି ଏମ-୨୦କୁ ରିଆତି ପରେ ୯ହଜାର ୯୯୦ଟଙ୍କାରେ କିଣିପାରିବେ। ଏହି ଫୋନରେ ୩ଜିବି ରାମ ସହିତ ୩୨ଜିବି ଷ୍ଟୋରେଜ ରହିଛି। ସେହିଭଳି ଏହାର ୪ଜିବି ରାମ, ୬୪ଜିବି ଷ୍ଟୋରେଜ ଥିବା ମଡେଲର ମୂଲ୍ୟ ୧୧ହଜାର ୯୯୦ଟଙ୍କା।

ସାମସଙ୍ଗ ଗାଲାକ୍ସି ଏମ-୨୦ରେ ୬.୩ଇଞ୍ଚର ଫୁଲ ଏଚଡି ପ୍ଲସ ଇନଫିନିଟି ବି ଡିସପ୍ଲେ ମିଳିବ। ଏହାବ୍ୟତୀତ ଏହି ଫୋନରେ ସାମସଙ୍ଗର ଅକ୍ଟାକୋର ଏକ୍ସିନୋଜ ୭୯୦୪ପ୍ରୋସେସର ମିଳିବ। ଏହାର କ୍ୟାମେରା ବିଷୟରେ କହିଲେ ଏଥିରେ ଡୁଆଲ ରିୟର କ୍ୟାମେରା ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲ। ସେହିଭଳି ଏହାର ଆଗପଟ କ୍ୟାମେରା ୮ମେଗାପିକ୍ସେଲର ରହିଛି। ଉଭୟ କ୍ୟାମେରା ସହିତ ଫ୍ଲାସଲାଇଟର ସୁବିଧା ଦିଆଯାଇଛି।

pic courtesy-souq.com

ଫୋନରେ ଫାଷ୍ଟ ଚାର୍ଜିଙ୍ଗକୁ ସାପୋର୍ଟ କଲାଭଳି ୫ହଜାର ଏମ୍ଏଚର ବ୍ୟାଟେରୀ ଦିଆଯାଇଛି। ଏହାସହିତ ୧୫ୱାଟର ଫାଷ୍ଟ ଚାର୍ଜର ମିଳିବ। ସଂଯୋଗ ପାଇଁ ଫୋନରେ ୪-ଜି ଭିଓଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଏବଂ ୩.୫ଏମଏମର ହେଡଫୋନ ଜ୍ୟାକ ମିଳିବ। ଫୋନରେ ଟିପଚହ୍ନ ସେନସର ସହିତ ଫେସଅନଲକ୍ ମଧ୍ୟ ପାଇପାରିବେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories