ପ୍ରଭାତ ବିଶ୍ୱାଳଙ୍କୁ ସର୍ତ୍ତମୂଳକ ଜାମିନ

0

କଟକ: ବିଜେଡ଼ି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମଙ୍ଗଳବାର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ପ୍ରଭାତଙ୍କୁ ମାତ୍ର ୨ମାସ ଲାଗି ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରାଯାଇଛି । ସେ ଦୁଇ ମାସ ପରେ କୋର୍ଟରେ ହାଜର ହେବେ ବୋଲି ନିର୍ଦେଶ ରହିଛି।

ସୂଚନାଯୋଗ୍ୟ, ସି-ସୋର ଚିଟ୍‌ଫଣ୍ଡ ମାମଲାରେ ସଂପୃକ୍ତି ଅଭିଯୋଗରେ ସେ ଗତବର୍ଷ ସେପ୍ଟେମ୍ବର ୧୯ରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପ୍ରଭାତ ବିଶ୍ବାଳ ଜାମିନ ଆବେଦନ କରିଥିଲେ ମଧ୍ୟ ଏହାକୁ ନାମଞ୍ଜୁର କରି ଜେଲ୍ ପଠାଇ ଦିଆଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା।

Leave A Reply