www.samajalive.in
Monday, December 15, 2025
27.1 C
Bhubaneswar

ରାସନ କାର୍ଡ ନ ଥିବା ବାତ୍ୟା ବିପନ୍ନଙ୍କ ପାଇଁ ରିଲିଫ୍ ନାହିଁ !

ନେମାଳ: ‘ଫନି’ ଦ୍ବାରା ପ୍ରଭାବିତ ଓଡିଶାର ବିଭିନ୍ନ ଜିଲାରେ ବ୍ୟାପକ ଧନ ଜୀବନ ହାନି ହୋଇଛି। ନିଶ୍ଚିନ୍ତକୋଇଲି ବ୍ଲକ ତଥା ନେମାଳ ଥାନା ଅଞ୍ଚଳରେ ମଧ୍ୟ ବାତ୍ୟା ଯୋଗୁ ବହୁ କ୍ଷୟକ୍ଷତି ହୋଇଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀମାନଙ୍କୁ ରିଲିଫ୍ ସାମଗ୍ରୀ ସହିତ ପ୍ରତ୍ୟେକ କାର୍ଡ ପିଛା ୫୦୦ ଟଙ୍କା ଲେଖାଏଁ ଅର୍ଥ ରାଶି ସହାୟତା ପ୍ରଦାନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ନିଶ୍ଚିନ୍ତକୋଇଲି ବ୍ଲକ ତଥା ନେମାଳ ଥାନା ଅଞ୍ଚଳରେ ବହୁ  ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ପାଇ ନ ଥିବାବେଳେ ଯେଉଁମାନଙ୍କୁ ବିଭିନ୍ନ କାରଣ ପାଇଁ  କାର୍ଡ ଫେରାଇବାକୁ ପଡିଥିଲା ଓ ପୁନର୍ବାର ସେମାନଙ୍କୁ କାର୍ଡ ଦିଆଯିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ସେମାନେ ଅଦ୍ୟାବଧି ପଡି କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏବେ ଫନି ପ୍ରକୋପରେ ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କର କ୍ଷତି ଘଟିଛି। ଯେଉଁମାନଙ୍କର ପଡି କାର୍ଡ ନାହିଁ ସେମାନେ ରିଲିଫ୍ ସାମଗ୍ରୀ, ଆର୍ଥିକ ସହାୟତା ରାଶି ଓ କିରୋସିନ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଅନେକ କ୍ଷତିଗ୍ରସ୍ତ ଅଭିଯୋଗ କରିଛନ୍ତି। ତେଣୁ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତଙ୍କୁ ରିଲିଫ୍ ସାମଗ୍ରୀ ସହିତ ଆର୍ଥିକ ସହାୟତା ରାଶି ଯୋଗାଇଦେବା ପାଇଁ ଦାବି ହୋଇଛି। ସେହିପରି ବାତ୍ୟାର ୧୨ ଦିନ ପରେ ମଧ୍ୟ ନିଶ୍ଚିନ୍ତକୋଇଲି ତହସିଲ ଅନ୍ତର୍ଗତ ନେମାଳ, ପାଳଦା, ଜନାର୍ଦ୍ଦନପୁର, ବନ୍ଧୁପୁର, କଳମିଶ୍ରି, ତିଲକଣା, ନଗସପୁର, ଝାଡେଶ୍ୱରପୁର ଆଦି ପଞ୍ଚାୟତର ବିଭିନ୍ନ ସ୍ଥାନରେ ବ୍ଲକ ପ୍ରଶାସନ ମୁଣ୍ଡପିଛା ୫ କିଲୋ ଚାଉଳ ଓ କାର୍ଡ ପିଛା ୫୦୦ ଟଙ୍କା ଦେଇଥିଲା ବେଳେ ପଲିଥିନ୍ ଯୋଗାଇ ଦେବା ସାତ ସପନ ହୋଇପଡିଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories