www.samajalive.in
Monday, December 15, 2025
27.1 C
Bhubaneswar

କମଲ ହାସନଙ୍କୁ ଓୱେସୀଙ୍କ ସମର୍ଥନ; କହିଲେ ଗାନ୍ଧିଜୀଙ୍କ ହତ୍ୟାକାରୀଙ୍କୁ ଆତଙ୍କବାଦୀ ହିଁ କହିବି

ନୂଆଦିଲ୍ଲୀ: ଅଭିନେତାରୁ ନେତା ପାଲଟିଥିବା କମଲ ହାସନଙ୍କ ହିନ୍ଦୁ ଆତଙ୍କାବଦୀ ମନ୍ତବ୍ୟକୁ ବିଭିନ୍ନ ମହଲରେ ବିରୋଧ କରାଯାଉଥିବାବେଳେ ଏଆଇଏମଆଇଏମ ଅଧ୍ୟକ୍ଷ ଅସଉଦ୍ଦିନ ଓୱେସୀ ତାଙ୍କୁ ସମର୍ଥନ କରିଛନ୍ତି। ଓୱେସୀ କହିଛନ୍ତି ଆତଙ୍କବାଦୀକୁ ଆତଙ୍କବାଦୀ କହିବିନି ତ କ’ଣ କହିବି। ଯେଉଁ ବ୍ୟକ୍ତି ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଛି ତା’କୁ ମୁଁ ଆତଙ୍କବାଦୀ ହିଁ କହିବି ବୋଲି ଓୱେସୀ କହିଛନ୍ତି।

ଖବରଦାତାଙ୍କ ସହ ଆଲୋଚନା ସମୟରେ ସେ କହିଛନ୍ତି, ଯିଏ ମହାତ୍ମା ଗାନ୍ଧୀଙ୍କ ହତ୍ୟା କଲା ତା’କୁ ମୁଁ ମହାତ୍ମା କହିବି ନା ରାକ୍ଷସ କହିବି ? ଆତଙ୍କୀ କହିବି ନା ହତ୍ୟାକାରୀ ? ସେ କପୁର କମିଶନଙ୍କ ରିପୋର୍ଟ ଆଧାରରେ କହିଛନ୍ତି, ଏହି ରିପୋର୍ଟରେ ଯାହାର ଭୂମିକା ଷଡ଼ଯନ୍ତ୍ରକାରୀ ବୋଲି ଦର୍ଶାଯାଇଛି ତା’କୁ ଆପଣ ମହାପୁରୁଷ କହିବେ ନା ନୀଚ କହିବେ ? ମୁଁ ତା’କୁ ଆତଙ୍କବାଦୀ କହିବି।

- Advertisement -

ସୂଚନାଯୋଗ୍ୟ, ଗତ ସୋମବାର କମଲ ହାସନ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଅବସରରେ କହିଥିଲେ ଯେ, ସ୍ବାଧନ ଭାରତର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ ଥିଲେ, ଯାହାର ନାଁ ହେଉଛି ନାଥୁରାମ ଗୋଡ୍‌ସେ। ହାସନଙ୍କ ଏପରି ମନ୍ତବ୍ୟ ପାଇଁ ହିନ୍ଦୁବାଦୀ ସଂଗଠନଗୁଡ଼ିକ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେତେକ ସଂଗଠନ ହାସନଙ୍କୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଛନ୍ତି। ସେହିପରି ଏଭଳି ବିବାଦୀୟ ବୟାନ ଦେଇଥିବା ହାସନଙ୍କ ବିରୋଧରେ ଦିଲ୍ଲୀର କଟିୟାଲା ହାଉସ କୋର୍ଟରେ ଏକ ମାମଲା ଦାୟର କରାଯାଇଛି। ବିଜେପି ହାସନଙ୍କ ମନ୍ତବ୍ୟ ଉପରେ କହିଛି ଯେ, ଜଣେ ଆତଙ୍କବାଦୀ ଏବଂ ଜଣେ ହତ୍ୟକାରୀ ମଧ୍ୟରେ ପାର୍ଥକ୍ୟ ରହିଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories