www.samajalive.in
Tuesday, December 9, 2025
16.1 C
Bhubaneswar

ଅମିତ ଶାହଙ୍କ କାନ ଧରି ଉଠବସ୍‌ କରାଇବା ଉଚିତ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ୨୦୧୯ ଲୋକସଭା ନିର୍ବାଚନର ମତଦାନ ସମୟରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଉଭୟ ଦଳ ମଧ୍ୟରେ ସଂଘର୍ଷ ଘଟିଥିଲା। ଏବେ ମଙ୍ଗଳବାର ସନ୍ଧ୍ୟାରେ ବିଜେପି ଅଧ୍ୟକ୍ଷ ଅମିତ ଶାହ କୋଲକାତାରେ ରୋଡ୍‌ ଶୋ କରିବା ବେଳେ ପୁଣି ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ବିଜେପି ଏବଂ ଆରଏସଏସର ଗୁଣ୍ଡାମାନେ ରାଜ୍ୟରେ ହଙ୍ଗାମା କରୁଛନ୍ତି। ଏହାସହିତ ଅମିତ ଶାହ ବଙ୍ଗଳାକୁ କାଙ୍ଗାଳ କହିଥିବାରୁ ତାଙ୍କୁ କାନ ଧରି ଉଠବସ କରାଇବା ଉଚିତ ବୋଲି ମମତା କହିଛନ୍ତି। ବିଜେପି ଲୋକଙ୍କୁ ବାଣ୍ଟିବା ପାଇଁ ସିଆରପିଏଫ ଗାଡ଼ିରେ ଟଙ୍କା ନେବାଆଣିବା କରୁଥିବା ମମତା ଅଭିଯୋଗ କରିଛନ୍ତି।

ମମତା କୋଲକାତାର ବେହାଲାରେ ଏକ ଜନସଭାରେ କହିଛନ୍ତି, ବିଜେପି-ଆରଏସଏସର ଗୁଣ୍ଡାମାନେ ସମସ୍ୟା ସୃଷ୍ଟି କରୁଛନ୍ତି। କୋଲକାତାରେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ରାଲି ପରେ ସୃଷ୍ଟି ହୋଇଥିବା ଉତ୍ତେଜନା ସମ୍ପର୍କରେ ମମତା କହିଛନ୍ତି, ବିଜେପିର କିଛି ଗୁଣ୍ଡା ବିଦ୍ୟାସାଗର କଲେଜରେ ଭଙ୍ଗାରୁଜା କରିଛନ୍ତି। ମୁଁ ଏସବୁକୁ ଏତେ ସହଜରେ ଛାଡ଼ିଦେବିନି। ଏହାର କଡ଼ା ଜବାବ ଦେବି। ବିଜେପି କୋଲକାତାରେ ଦଙ୍ଗା ସୃଷ୍ଟି କରିବାକୁ ବାହାର ଲୋକଙ୍କୁ ଡକାଇଛି। ଏସବୁ ଘଟଣାର ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ମମତା ଆହୁରି କହିଥିଲେ, କାଙ୍ଗାଳର ଅର୍ଥ କ’ଣ ତାହା ବିଜେପି ଅଧ୍ୟକ୍ଷଙ୍କୁ ଜଣାନାହିଁ। ସେ ଏପରି କହିବାକୁ ସାହସ କିପରି କଲେ। ତାଙ୍କ କାନ ଧରି ଉଠବସ କରାଇବା ଦରକାର।

- Advertisement -

ସୂଚନାଯୋଗ୍ୟ, ଗତ ସୋମବାର ଶାହ ଏକ ରାଲିରେ କହିଥିଲେ ଯେ ତୃଣମୂଳ କଂଗ୍ରେସର ଶାସନ କାଳରେ ସୁନାର ବଙ୍ଗଳା ଏବେ କାଙ୍ଗାଳ ବଙ୍ଗଳା ହୋଇଗଲାଣି। କେବଳ ବିଜେପି ହିଁ ପଶ୍ଚିମବଙ୍ଗ ହରାଇଥିବା ନିଜର ବୈଭବକୁ ଫେରାଇ ଆଣିପାରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories