www.samajalive.in
Monday, December 8, 2025
14.1 C
Bhubaneswar

ପୁଲିସ ଏସ୍‌କର୍ଟ ନ ମିଳିବାରୁ ରାସ୍ତାରେ ଧାରଣା ଦେଲେ ମୋଦୀଙ୍କ ଭାଇ

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହଲ୍ଲାଦ ମୋଦୀଙ୍କୁ ପୁଲିସ ଏସ୍‌କର୍ଟ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରି ରାସ୍ତା ଉପରେ ବସିରହିଥିଲେ। ମଙ୍ଗଳବାର ରାଜସ୍ଥାନର ଜୟପୁର ଅନ୍ତର୍ଗତ ବଗରୁ ଥାନା ବାହାରେ ରାସ୍ତା ଉପରେ ପ୍ରହଲ୍ଲାଦ ମୋଦୀ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ବୁଝାଶୁଝା କରିବା ପରେ ସେ ଧାରଣାରୁ ଉଠି ନିଜର ଯାତ୍ରା ଅଭିମୁଖେ ବାହାରିଥିଲେ।

ଘଟଣା ସମ୍ପର୍କରେ ଜୟପୁର ପୁଲିସ କମିଶନର ଆନନ୍ଦ ଶ୍ରୀବାସ୍ତବ କହିଛନ୍ତି ଯେ, ପ୍ରହଲ୍ଲାଦ ମୋଦୀ ଜୟପୁର ଆସିବାର ଥିଲା। ସେଥିପାଇଁ ସେ ପୁଲିସ ଏସକର୍ଟ ମାଗୁଥିଲେ। ମାତ୍ର ନିୟମ ଦୃଷ୍ଟିରୁ ତାଙ୍କୁ ଏସ୍‌କର୍ଟ ଦିଆଯିବା ସମ୍ଭବ ନ ଥିଲା। ତାଙ୍କୁ ଦୁଇଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ(ପିଏସଓ) ଦିଆଯିବା ଲାଗି ଆମକୁ ନିର୍ଦେଶ ରହିଥିଲା। ସେମାନେ ପ୍ରହଲାଦଙ୍କ ଯାତ୍ରା ପାଇଁ ବଗରୁ ଥାନାରେ ଉପସ୍ଥିତ ଥିଲେ। କିନ୍ତୁ ପ୍ରହଲାଦ ମୋଦୀ ସେମାନଙ୍କୁ ନିଜ ଗାଡ଼ିରେ ନେବାକୁ ଇଚ୍ଛା କରି ନ ଥିଲେ ଏବଂ ସେମାନଙ୍କ ପାଇଁ ଅନ୍ୟ ଏକ ପୁଲିସ ଗାଡ଼ି ଦେବାକୁ କହିଥିଲେ। ପିଏସଓ ତାଙ୍କ ସହିତ ତାଙ୍କ ଗାଡ଼ିରେ ଯିବାର ନିୟମ ରହିଛି। ମାତ୍ର ପ୍ରହଲ୍ଲାଦ ମୋଦୀ ସେଥିପାଇଁ ପ୍ରସ୍ତୁତ ନ ଥିଲେ ଏବଂ ଥାନା ବାହାରେ ରାସ୍ତାରେ ଧାରଣାରେ ବସିଥିଲେ। ପରେ କିନ୍ତୁ ସେ ଏହାକୁ ବୁଝିଥିଲେ ଏବଂ ନିୟମ ଅନୁସାରେ ତାଙ୍କ ପାଇଁ ଦୁଇଜଣ ପିଏସଓ ଉପଲବ୍ଧ କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories