ନେମାଳ: ନେମାଳ ଥାନା ଅଞ୍ଚଳରେ ଫନି ବାତ୍ୟାରେ ବଡ ବଡ ଗଛ ଭାଙ୍ଗି ପଡିଥିବା ବେଳେ ଅଦ୍ୟାବଧି ବହୁ ଗଛ ରାସ୍ତା ଉପରେ ପଡି ରହିଛି। ରାସ୍ତା ସଫେଇ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ବିଶେଷକରି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ନିକଟର ଏକ ପ୍ରମୁଖ ରାସ୍ତା ଉପରେ ବରଗଛ ଉପୁଡି ପଡିଥିବାରୁ ରାସ୍ତା ସଂପୂର୍ଣ୍ଣ ଅବରୋଧ ହୋଇପଡିଛି। ଯାହାଫଳରେ ପୀଠକୁ ଯାତାୟାତରେ ଶ୍ରଦ୍ଧାଳୁମାନେ ବହୁ ଅସୁବିଧା ଭୋଗୁଛନ୍ତି। ବାତ୍ୟାର ୧୨ ଦିନ ପରେ ବି ଗଛ କଟାଯାଇ ନ ଥିବାରୁ ସ୍ଥାନୀୟ ଲୋକେ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠକୁ ଦୈନଦିନ ଶତାଧିକ ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ଉକ୍ତ ବୃକ୍ଷକୁ ତୁରନ୍ତ ସଫା କରାଯାଇ ଯାତାୟାତର ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି। ସେହିପରି ପୀଠ ଚାରିପାର୍ଶ୍ଵରେ ଅଳିଆ ଆବର୍ଜନାରେ ପୂର୍ଣ୍ଣ ହୋଇଛି।
Popular Categories



