ନୂଆଦିଲ୍ଲୀ : ବିରହା ଗାୟକ ସମ୍ରାଟ, ପଦ୍ମଶ୍ରୀ ଲୋକଗାୟକ ହୀରାଲାଲ ଯାଦବଙ୍କ ବାରାଣାସୀ ଚୌକାଘାଟସ୍ଥିତ ନିଜ ବାସଭବନରେ ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ ଓ ଭୋଜୁବିରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଗତ ଶନିବାର ତାଙ୍କୁ ବାରାଣାସୀ ଚୌକଘାଟସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ହୀରାଲାଲଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ ପଦ୍ମଶ୍ରୀ ପରୁସ୍କାରରେ ସମ୍ମାନିତ ବାରାଣାସୀର ବିରହା ଗାୟକ ହରିଲାଲ ଯାଦବଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖ ଦାୟକ। ଦୁଇ ଦୁନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲି। ତାଙ୍କ ପରଲୋକ ଲୋକ ଗାୟକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି। ଏହାସହ ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି।
Popular Categories



