ନେପାଳରେ ୧୨ ଭାରତୀୟ ଗିରଫ

କାଠମାଣ୍ଡୁ : ନେପାଳରେ ବେଆଇନ ନେଟୱାର୍କିଂ ବ୍ୟବସାୟ କରିବା ସହ ଲୋକଙ୍କୁ ଠକିବା ଅଭିଯୋଗରେ ୧୨ ଭାରତୀୟ ନାଗରିକଙ୍କୁ ନେପାଳ ପୁଲିସ୍‍ ଗିରଫ କରିଛି। ଗଣାଧ୍ୟମ ରିପୋର୍ଟ ଅନୁସାରେ ଗିରଫ ସମସ୍ତ ଅଭିଯୁକ୍ତଙ୍କ ଘର ଉତ୍ତରପ୍ରଦେଶରେ। ଶୁକ୍ରବାର ଦିନ କାଠମାଣ୍ଡୁର ଏକ ହୋଟେଲରୁ ସମସ୍ତଙ୍କୁ ଗିରଫ କରାଯାଇଛି। ସେହି ସମୟରେ ୩୦୦ ନେପାଳୀଙ୍କ ପାଇଁ ବେଆଇନ ନେଟୱାକିଂ ବ୍ୟବସାୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଥିଲା। ଏହି ନେଟୱାକିଂ ବ୍ୟବସାୟରେ ବେଆଇନ ଭାବେ ଅର୍ଥ ବିଦେଶକୁ ପଠାଯାଉଥିଲା। ନେପାଳ ପୁଲିସ୍‍ ଅଧିକାର ସୂଚନା ଦେଇଛନ୍ତି ଯେ ଗିରଫ ଭାରତୀୟମାନେ ପ୍ରଥମରୁ କମ୍ପାନୀ ନାମରେ କେତେକଙ୍କ ଲୋକଙ୍କୁ ଠକିଥିଲେ।

kalyan agarbati

Comments are closed.