www.samajalive.in
Wednesday, December 10, 2025
23.1 C
Bhubaneswar

ପାକିସ୍ତାନ ଛାଡିଲେ ଈଶ୍ୱର ନିନ୍ଦା ଅଭିଯୋଗରୁ ମୁକ୍ତ ଖ୍ରୀଷ୍ଟିଆନ ମହିଳା ଆସିଆ ବିବି

ଇସଲାମାବାଦ: ଈଶ୍ୱର ନିନ୍ଦା ଅଭିଯୋଗରେ ୮ବର୍ଷ ହେବ ପାକିସ୍ତାନ ଜେଲରେ ଦଣ୍ଡ ଭୋଗୁଥିବା ଆସିଆ ବିବି ନାମକ ଜଣେ ଖ୍ରୀଷ୍ଟିଆନ ମହିଳା ଅଭିଯୋଗ ମୁକ୍ତ ହେବା ପରେ କାନାଡ଼ା ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ କାନାଡ଼ାରେ ରହୁଥିବା ନିଜ ଦୁଇ ଝିଅଙ୍କଠାରୁ ୮ବର୍ଷ ଦୁରେଇ ରହିବ ପରେ ପୁଣି ମିଶିବାର ସୁଯୋଗ ପାଇଛନ୍ତି। ନିଜର ଜଣେ ସହକର୍ମୀଙ୍କ ସହ ଝଗଡା ପରେ ୨୦୦୯ରେ ଆସିଆଙ୍କୁ ଇସଲାମ ଧର୍ମର ନିନ୍ଦା କରୁଥିବା ଅଭିଯୁକ୍ତ କରାଯାଇଥିଲା। ପାକିସ୍ତାନ ସୁପ୍ରିମକୋର୍ଟ ୨୦୧୮ରେ ଦୋଷ ମୁକ୍ତ କରିବା ପରେ, ତାଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଥିଲା।

ଇସଲାମ ମୌଳବାଦୀ ଏହି ଘଟଣାରେ ହିଂସାକାଣ୍ଡ ସୃଷ୍ଟି କରିବା ସହ ଆସିଆଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ସମାନ ଘଟଣାରେ ଅଭିଯୁକ୍ତ ଅନ୍ୟ କେତେଜଣ ମହିଳା ଏବେ ମଧ୍ୟ ଜେଲ ଦଣ୍ଡ ଭୋଗୁଛନ୍ତି ଓ ସେମାନଙ୍କ ମୁକ୍ତି ପାଇଁ ଦାବି ଜୋର ଧରିଛି। ପାକିସ୍ତାନ ସରକାର ଆସିଆଙ୍କ ଦେଶ ଛାଡିବା ସମୟ ପ୍ରକାଶ କରିନଥିଲେ ମଧ୍ୟ ବ୍ରିଟିଶ ପାକିସ୍ତାନୀ ଖ୍ରୀଷ୍ଟିଆନ ପରିଷଦର ଉଇଲସନ ଚୌଧୁରୀ, ଆସିଆଙ୍କ ବନ୍ଧୁ ଏବଂ ତାଙ୍କ ଓକିଲ ଆସିଆ କାନାଡ଼ାରେ ପହଞ୍ଚି ଥିବା ସ୍ପଷ୍ଟ କରିଛନ୍ତି। ଆସିଆ ବିବି ଓରଫ ଆସିଆ ନୋରୀନଙ୍କୁ ଏକ ଗୁପ୍ତ ସ୍ଥାନରେ ରଖାଯାଇ ଦେଶ ଛାଡିବା ଯୋଜନା କରାଯାଇଥିଲା।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories