www.samajalive.in
Wednesday, December 10, 2025
23.1 C
Bhubaneswar

ଶିଖ୍‌ ବିରୋଧୀ ଦଙ୍ଗାର ଦୋଷୀଙ୍କୁ କଂଗ୍ରେସ ଦଣ୍ଡଦେବା ବଦଳରେ ପୁରସ୍କୃତ କରିଛି: ମୋଦୀ

ନୂଆଦିଲ୍ଲୀ: ୧୯୮୪ରେ ଦେଶର ରାଜଧାନୀ ନୂଆଦିଲ୍ଲୀ ସମେତ ହରିୟାଣା ଏବଂ ପଞ୍ଜାବର କିଛି ଅଞ୍ଚଳରେ ଶିଖ୍‌ ବିରୋଧୀ ଦଙ୍ଗା ସୃଷ୍ଟି ହୋଇଥିଲା। କେତେଜଣ କଂଗ୍ରେସ ନେତାଙ୍କ ଆଦେଶରେ ଏହି ଦଙ୍ଗା ସୃଷ୍ଟି କରାଯାଇଥିଲା, ଯେଉଁଥିରେ ୩ ହଜାର ଶିଖ୍‌ ହତ୍ୟାର ଶିକାର ହୋଇଥିଲେ ଏବଂ ଅନେକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଥିଲା। ସମ୍ପୃକ୍ତ ଦୋଷୀ କଂଗ୍ରେସ ନେତାଙ୍କୁ ବିଜେପି ସରକାର ଦଣ୍ଡଦେବାର ପ୍ରକ୍ରିୟା ଆରମ୍ଭ କରିଛି। କିନ୍ତୁ କଂଗ୍ରେସ ସେମାନଙ୍କୁ ପୁରସ୍କୃତ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆସନ୍ତା ୧୨ ତାରିଖରେ ହରିୟାଣାରେ ୬ଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ମୋଦୀ ଫତେହାବାଦରେ ଏକ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେଇ କଂଗ୍ରେସକୁ ଟାର୍ଗେଟ କରିବା ସହ ଏହାର ବରିଷ୍ଠ ନେତା ଏବଂ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ଗତବର୍ଷ ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାର ଜଣେ ଅଭିଯୁକ୍ତଙ୍କୁ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ କରିଛି ବୋଲି ମୋଦୀ କହିଥିଲେ।

ମୋଦୀ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଲକ୍ଷ୍ୟ ଏପରି ମନ୍ତବ୍ୟ ଦେଇଥିବା ବେଳେ ଶିଖ୍‌ ବିରୋଧୀ ଦଙ୍ଗାରେ ତାଙ୍କର ବଡ଼ ଭୂମିକା ଥିଲା ବୋଲି ବିଜେପି ପୂର୍ବରୁ ଅନେକ ଥର ଅଭିଯୋଗ କରିଆସିଛି। କିନ୍ତୁ କମଲ ନାଥ ଏପରି ଅଭିଯୋଗକୁ ଅନେକ ଥର ଖଣ୍ଡନ କରିଆସିଛନ୍ତି।

- Advertisement -

ମୋଦୀ ପାକିସ୍ତାନର ବାଲାକୋଟରେ ବାୟୁସେନା ଦ୍ବାରା କରାଯାଇଥିବା ସର୍ଜିକାଲ ଷ୍ଟାଇକ୍‌ର ଉଦାହରଣ ଦେଇ କୌଣସି ଦେଶ ନିଜର ପ୍ରତିରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ ନ କରି କେବେ ବିଶ୍ଵଶକ୍ତିରେ ପରିଣତ ହୋଇପାରିବ କି ବୋଲି ପ୍ରଶ୍ନ କରିଥିଲେ। ଯେଉଁ ଦେଶ ନିଜ ଲୋକଙ୍କୁ ସୁରକ୍ଷା ଦେଇପାରିବ ନାହିଁ ସେହି ଦେଶକୁ ବିଶ୍ଵ ସମୁଦାୟ ଗୁରୁତ୍ଵ ଦେବ ନାହିଁ ବୋଲି ମୋଦୀ କହିଥିଲେ। ସେ କଂଗ୍ରେସକୁ ଟାର୍ଗେଟ କରି କହିଥିଲେ, ଏହି ଦଳ ଦୀର୍ଘ ବର୍ଷ ଧରି ଶାସନ କ୍ଷମତାରେ ରହିଥିଲେ ମଧ୍ୟ ଆତଙ୍କବାଦ ବିରୋଧରେ ନରମ ମନୋଭାବ ଦେଖାଇ ଆସୁଥିଲା। ସେମାନେ କେବେ କୌଣସି ରାଲିରେ ଦେଶର ପ୍ରତିରକ୍ଷା ବିଷୟରେ କେବେ କୁହନ୍ତି ନାହିଁ। କାରଣ ସେମାନଙ୍କ ଅତୀତ ସେହିଭଳି। ସେମାନେ କେବେ ଦେଶର ପ୍ରତିରକ୍ଷା କ୍ଷେତ୍ର ପ୍ରତି ଚିନ୍ତତ ନୁହନ୍ତି ବୋଲି ମୋଦୀ କହିଥିଲେ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories