www.samajalive.in
Wednesday, December 10, 2025
23.1 C
Bhubaneswar

ରଥ ନିର୍ମାଣ ଅନୁକୂଳ

ପୁରୀ : ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମଙ୍ଗଳବାର ରଥନିର୍ମାଣ ଅନୁକୂଳ ହୋଇଛି। ପରମ୍ପରା ଅନୁଯାୟୀ ଦେଉଳ ପୁରୋହିତଙ୍କ ଦ୍ବାରା ମହାନୃସିଂହ ମନ୍ତ୍ରରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ମଧ୍ୟାହ୍ନ ଧୂପ ଏବଂ ଦ୍ବାଦଶଯାତ୍ରା ବନ୍ଦାପନା ପରେ ତିନିଜଣ ପୂଜାପଣ୍ଡା ସେବକ ଦାରୁବ୍ରହ୍ମଙ୍କ ଆଜ୍ଞାମାଳ ଧରି ଶୋଭାଯାତ୍ରାରେ ରଥଖଳାକୁ ବିଜେ କରିଥିଲେ।  ୩ଖଣ୍ଡ ୧୨ଫୁଟିଆ ଲମ୍ବ ଧଉରା କାଠରେ ଆଜ୍ଞାମାଳ ଲାଗି କରାଯାଇଥିଲା। ଦେଉଳ ପୁରୋହିତ ସୁନା କୁରାଢ଼ିରେ କାଠରେ ଦାଗ ଦେଇ ରଥନିର୍ମାଣ ଅନୁକୁଳ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାରଣା ଏବଂ ଭୋଇ ସେବକଙ୍କୁ ଶାଢ଼ୀ ବନ୍ଧା ଯାଇଥିଲା। ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ବହୁ ପ୍ରଶାସନିକ ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଶ୍ରୀନଅର ସମ୍ମୁଖ ରଥଖଳାରେ ବୁଧବାରଠାରୁ ମହାରଣା ସେବକଙ୍କ ଦ୍ବାରା ତିନି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ, ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ନିର୍ମାଣ ପାଇଁ ୮୬୫ଖଣ୍ଡ ଅସନ, ଧଉରା ଏବଂ ଫାଶୀ କାଠ ଆବଶ୍ୟକ। ନୟାଗଡ଼ ଏବଂ ବୌଦ୍ଧ ବନଖଣ୍ଡ ଅଧିକାରୀ ପାଞ୍ଚଟି ପର୍ଯ୍ୟାୟରେ ରଥ କାଠ ଯୋଗାଇ ଦେଇଛନ୍ତି । ଆଗାମୀ ଜୁଲାଇ ୪ ତାରିଖ ଦିନ ଶ୍ରୀଜୀଉଙ୍କ ବିଶ୍ବପ୍ରସିଦ୍ଧ ନବ ଦିନ ବ୍ୟାପି ରଥଯାତ୍ରା ଅନୁଷ୍ଠିତ ହେବ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories