www.samajalive.in
Monday, December 8, 2025
24.1 C
Bhubaneswar

୭୨ ଘଣ୍ଟା ମଧ୍ୟରେ  ରାଜଧାନୀରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହେବ  ଓପିଟିସିଏଲ

ଭୁବନେଶ୍ୱର .-  ଅତି ଭୀଷଣ ସାମୁଦ୍ରିକ ଝଡ ଫନିର ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସହ ପୁରୀ ଓ କଟକର ବିଦ୍ୟୁତ ସରୋବରାହ ବ୍ୟବସ୍ଥା ପ୍ରଭାବିତ ହୋଇଛି ।  ପୁରୀ ଜିଲ୍ଲାରେ ବିଦ୍ୟୁତ ସରୋବରାହ ବ୍ୟବସ୍ଥା ସ୍ୱାଭାବିକ କରିବା ପାଇଁ ଏକ ମାସ ସମୟ  ଲାଗିବ ବୋଲି  ବିଦ୍ୟୁତ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି । କଟକ ଓ ଭୁବନେଶ୍ୱରର କେତକ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଦିଆଯାଇଥିବା ବେଳେ ବୁଧବାରରେ ଆହୁରି ଅନେକ ସ୍ଥାନକୁ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ଓପିଟିସିଏଲ୍‌ ପକ୍ଷରୁ ସୂଚନା ଦିଆଯାଇଛି ।  ଭୁବନେଶ୍ୱରରେ ୪୮ରୁ ୭୨ ଘଣ୍ଟା ମଧ୍ୟରେ ବିଦ୍ୟୁତ ସରୋବରାହ ସ୍ୱାଭାବିକ ହେବ  ।

ଫନି ପ୍ରଭାବରେ ପାଓ୍ୱାର ଗ୍ରୀଡ କର୍ପୋରେସନ୍‌ର ଏକ ୪୦୦ କେଭି ଟାଓ୍ୱାର ଭାଙ୍ଗିଯାଇଛି । ଏହା ଓପିଟିସିଏଲ୍‌ର ୪୦୦ କେଭି ଟାଓ୍ୱାର ଉପରେ ପଡିଛି । ଓପିଟିସିଏଲ୍‌ର ଅନ୍ୟ ଏକ ୨୦୦ କେଭି ଟାଓ୍ୱାର ଫନି ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି  ବୋଲି ଓପିଟିସିଏଲ୍‌ର ନିର୍ଦେଶକ ଉତ୍ତମ କୁମାର ସାମଲ କହିଛନ୍ତି ।

- Advertisement -

ନୂଆ ଟାଓ୍ୱାର ତିଆରି କରିବା ପାଇଁ ସମୟ ଲାଗିବ ଏଥିପାଇଁ ମରାମତି ଓ ବିଦ୍ୟୁତ  ଯୋଗାଣ  କାର୍ଯ୍ୟ ବାଧାପ୍ରାପ୍ତ ହେବ । ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବା ସହ ଚନ୍ଦକା ଗ୍ରୀଡରୁ ଭୁବନେଶ୍ୱରକୁ ବିଦ୍ୟୁତ ଯୋଗାଇ ଦେବା ପାଇଁ ଚେଷ୍ଟା ଚାଲିଛି ବୋଲି  ଉତ୍ତମ କୁମାର ସୂଚନା ଦେଇଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories