www.samajalive.in
Sunday, December 7, 2025
26.1 C
Bhubaneswar

ଜୁଲାଇ ୩୧ ସୁଦ୍ଧା ଏନଆରସିର ଚୂଡ଼ାନ୍ତ ତାଲିକା ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଳୀ : ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନଆରସି)ର ଚୂଡ଼ାନ୍ତ ତାଲିକା ଜୁଲାଇ ୩୧ ସୁଦ୍ଧା ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ବୁଧବାର ଏନଆରସି ସଂଯୋଜକଙ୍କୁ ନିର୍ଦେଶ ଦେଇଛନ୍ତି। ଏହାସହ ଆଗକୁ ଆଉ ତାରିଖ ଘୁଞ୍ଚା ଯିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି।
ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଏବଂ ଆର.ଏଫ ନରିମନଙ୍କ ପୀଠ ଏନଆରସି ସଂଯୋଜକ ପ୍ରତୀକ ହାଜେଲାଙ୍କୁ ଆସାମ ଜାତୀୟ ନାଗରିକ ପଞ୍ଜିକାରେ ନାମ ସାମିଲ କରିବା ଓ ହଟାଇବାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି। ଏନଆରସିରେ ନାମ ସାମିଲ ଓ ହଟାଇବାକୁ ନେଇ ଅଭିଯୋଗ କରିଥିବା ଲୋକମାନେ ଏନଆରସି କମିଟି ସାମ୍ନାକୁ ଆସୁନଥିବାରୁ ଏନଆରସି ତାଲିକା ଚୂଡ଼ାନ୍ତ କରିବାରେ ବିଳମ୍ବ ହେଉଛି ବୋଲି ପ୍ରତୀକ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ଏହାପରେ ସୁପ୍ରିମକୋର୍ଟ ଏନଆରସି ସଂଯୋଜକଙ୍କୁ ଏନେଇ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି।
ପ୍ରକାଶ ଯେ ଏନଆରସିର ପ୍ରଥମ ତାଲିକା ୨୦୧୮ ଜୁଲାଇ ୩୦ରେ ପ୍ରକାଶ ପାଇଥିଲା। ଏଥିରେ ଆସାମର ୩.୨୯ କୋଟି ଲୋକଙ୍କ ମଧ୍ୟରୁ ୨.୮୯ କୋଟି ଲୋକଙ୍କ ନାମ ଥିଲା। ଏହି ତାଲିକାରେ ୪୦,୭୦,୭୦୭ ଲୋକଙ୍କ ନାମ ନଥିଲା। ୩୭,୫୯,୬୩୦ ଜଣଙ୍କ ନାମ ଅସ୍ୱୀକାର କରାଯାଇଥିଲା।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories