www.samajalive.in
Tuesday, December 9, 2025
16.1 C
Bhubaneswar

ବାତ୍ୟା ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି, ପୁରୀ ଜିଲାରେ ବିଦ୍ୟୁତ ସେବା ପାଇଁ ୧ମାସରୁ ଅଧିକ ସମୟ ଲାଗିବ

ଭୁବନେଶ୍ଵର: ବାତ୍ୟା ‘ଫନି’ ପ୍ରଭାବରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ ଏହି ସୂଚନା ଦେଇଛନ୍ତି। ଏଥିସହ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ ଏବଂ ଜଳଯୋଗାଣ ବ୍ୟବସ୍ଥା କରିବାକୁ ଉଦ୍ୟମ ଚାଲିଥିବା ସେ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ରାଜଧାନୀରେ ଜଳଯୋଗାଣ ବ୍ୟବସ୍ଥା ସ୍ବାଭାବିକ ହୋଇଛି। କଟକରେ ୮୦%, ଖୋର୍ଦ୍ଧାରେ ୭୦% ଏବଂ ଜଟଣୀରେ ୫୦ ପ୍ରତିଶତ ଅଞ୍ଚଳରେ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି। ବୁଧବାର ସୁଦ୍ଧା କଟକରେ ଶତପ୍ରତିଶତ ଜଳଯୋଗାଣ ବ୍ୟବସ୍ଥା କରାଯିବ। ଆସନ୍ତା ୧୦ ତାରିଖ ସୁଦ୍ଧା ଭୁବନେଶ୍ଵରରେ ୮୦% ଅଞ୍ଚଳରେ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯିବ। ୧୨ ତାରିଖ ସୁଦ୍ଧା ଶତପ୍ରତିଶତ ବିଦ୍ୟୁତ ସେବା ଉପଲବ୍ଧ ହେବ। ପୁରୀରେ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ୧୨ ତାରିଖରୁ ଆରମ୍ଭ ହେବ। ସମଗ୍ର ଜିଲାରେ ବିଦ୍ୟୁତ ସେବା ଯୋଗାଇବାକୁ ୧ମାସରୁ ଅଧିକ ସମୟ ଲାଗିବ ବୋଲି ସୂଚନା ଦିଆଯାଇଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories