ରନ୍ଧନ ଗ୍ୟାସ ଦର ବଢିଲା
ନୂଆଦିଲ୍ଲୀ : ମାସର ପ୍ରଥମ ଦିନରେ ସାଧାରଣ ଲୋକଙ୍କୁ ବଡ଼ ଝଟକା ଲାଗିଛି। ବୁଧବାର ଘରୋଇ ରନ୍ଧନ ଗ୍ୟାସ (ଏଲପିଜି) ସିଲିଣ୍ଡର ଦରରେ ବୃଦ୍ଧି ଘଟିଛି। ରିଆତିଯୁକ୍ତ ୧୪.୨ କେଜି ଏଲପିଜି ସିଲିଣ୍ଡର ଦର ଦିଲ୍ଲୀରେ ୨୮ ପଇସା ଏବଂ ମୁମ୍ବଇରେ ୨୯ ପଇସା ବୃଦ୍ଧି ପାଇଛି। ତେବେ ଅଣରିଆତି ୧୪.୨ କେଜି ଏଲପିଜି ସିଲିଣ୍ଡର ଦର ଦିଲ୍ଲୀ ଓ ମୁମ୍ବଇରେ ୬ ଟଙ୍କା ବୃଦ୍ଧି ପାଇଛି। ଏହା ପୂର୍ବରୁ ଅପ୍ରେଲ ୧ରେ ଘରୋଇ ରନ୍ଧନ ଗ୍ୟାସ ଦରରେ ବୃଦ୍ଧି କରାଯାଇଥିଲା। ସେତେବେଳେ ୧୪.୨ କିଲୋର ଅଣରିଆତି ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇ ୭୦୬ ଟଙ୍କା ୫୦ ପଇସାରେ ପହଞ୍ଚିଥିଲା।
ଭାରତୀୟ ତୈଳ ନିଗମ (ଆଇଓସି) ଅନୁସାରେ ଦାମ ବୃଦ୍ଧି ସହ ଅଣରିଆତି ଏଲପିଜି ସିଲିଣ୍ଡର ଦର ଦିଲ୍ଲୀରେ ୭୧୨.୫ ଟଙ୍କା, କଲକାତାରେ ୭୩୮.୫ ଟଙ୍କା, ମୁମ୍ବଇରେ ୬୮୪.୫ ଟଙ୍କା ଏବଂ ଚେନ୍ନଇରେ ୭୨୮ ଟଙ୍କାରେ ପହଞ୍ଚିଛି।
ଏହି କ୍ରମରେ ୧୪.୨ କେଜିର ରିଆତିଯୁକ୍ତ ଏଲପିଜି ସିଲିଣ୍ଡର ଦର ଦିଲ୍ଲୀରେ ୪୯୬.୧୪ ଟଙ୍କା, କଲକାତାରେ ୪୯୯.୨୯ ଟଙ୍କା, ମୁମ୍ବଇରେ ୪୯୩.୮୬ ଟଙ୍କା ଏବଂ ଚେନ୍ନଇରେ ୪୮୪.୦୨ ଟଙ୍କାରେ ପହଞ୍ଚିଛି।
Comments are closed.