www.samajalive.in
Saturday, December 13, 2025
23.1 C
Bhubaneswar

ବ୍ୟାୟାମ କରିବା ପୂର୍ବରୁ ଖାଆନ୍ତୁ ଏହି ଖାଦ୍ୟ

ସୁସ୍ଥ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିୟମିତ ବ୍ୟାୟାମ କରିବା ଆବଶ୍ୟକ। ସକାଳ ହେଉ ଅଥବା ସନ୍ଧ୍ୟା ସମୟରେ ବ୍ୟାୟାମ କରିବା ପୂର୍ବରୁ କେଉଁ ଖାଦ୍ୟ ଖାଇବା ଉଚିତ ତାହା ଜାଣିବା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ। କାରଣ ବ୍ୟାୟାମ ପୂର୍ବରୁ ସଠିକ ଖାଦ୍ୟ ଖାଇବା ନିହାତି ଜରୁରୀ। ସଠିକ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ବ୍ୟାୟାମ କରିବା ପାଇଁ ଶରୀରକୁ ଶକ୍ତି ମିଳିଥାଏ। ଜାଣନ୍ତୁ କିଛି ଖାଦ୍ୟ ବିଷୟରେ ଯାହା ବ୍ୟାୟାମ କରିବା ପୂର୍ବରୁ ଖାଇବା ଉଚିତ….
କଦଳୀ –
କଦଳୀରେ ବହୁ ପରିମାଣରେ ପୋଟାସିୟମ ରହିଛି। ଯାହା ଆପଣଙ୍କ ମାଂସପେଶୀକୁ ସୁସ୍ଥ ରଖିବା ପାଇଁ ଜରୁରୀ। ବ୍ୟାୟାମ କରିବା ପୂର୍ବରୁ କଦଳୀ ଖାଇବା ଦ୍ୱାରା ଏହା ଆପଣଙ୍କ ଶରୀରକୁ ଆବଶ୍ୟକ ମାତ୍ରାରେ କାବ୍ରୋହାଇଡ଼୍ରେଡ଼ ଯୋଗାଇଥାଏ। ତେଣୁ କଦଳୀ ଖାଇବା ଲାଭଦାୟକ।
ଆମ୍ବ –
ଆମ୍ବରେ ଭିଟାମିନ, ମିନେରାଲ୍ସ , ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ତେଣୁ ଅଧିକ ନୁହେଁ ମାତ୍ର ସଠିକ ମାତ୍ରାରେ ଆମ୍ବ ଖାଇବା ଦ୍ୱାରା ମଧ୍ୟ ଶରୀରକୁ ଆବଶ୍ୟକ ପରିମାଣରେ ବ୍ୟାୟାମ କରିବା ପାଇଁ ଶକ୍ତି ମିଳିଥାଏ।
ବ୍ଲୁବେରିଜ –
ଏହାକୁ ଖାଇବା ଦ୍ୱାରା ମାଂପେଶୀକୁ ଏହା ସଠିକ ରଖେ। ଶରୀରକୁ ଆବଶ୍ୟକ ପରିମାଣରେ ପ୍ରୋଟିନ ଯୋଗାଏ। ତେଣୁ ବ୍ୟାୟାମ କରିବା ପୂର୍ବରୁ ବ୍ଲୁବେରିଜ ଖାଇବା ଲାଭଦାୟକ ଅଟେ।
ଖୀର –
ଖୀରକୁ ମଧ୍ୟ ପ୍ରୋଟିନର ଉତ୍ତମ ସ୍ରୋତ ବୋଲି କୁହାଯାଏ। ଏହା ଶରୀରକୁ ଅଧିକ ସମୟ ପାଇଁ ଶକ୍ତି ଯୋଗାଇ ଥାଏ। ହୃଦୟକୁ ସୁସ୍ଥ ରଖିବା ସହ ହାଡ଼କୁ ମଧ୍ୟ ମଜଭୂତ କରିଥାଏ। ତେଣୁ ବ୍ୟାୟାମ କରିବା ପୂର୍ବରୁ ଖୀର ପିଇବା ଉଚିତ।
ଅଣ୍ଡା –
ଆପଣ ବ୍ୟାୟାମ କରିବା ପୂର୍ବରୁ ଗୋଟେ ସିଝା ଅଣ୍ଡା ମଧ୍ୟ ଖାଇ ପାରିବେ। ଏହାଦ୍ୱାରା ବ୍ୟାୟାମ କରିବା ପାଇଁ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ବ୍ୟାୟାମ କରିବା ପରେ ମଧ୍ୟ ହାଲିଆ ଅନୁଭବ ହୋଇନଥାଏ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories