www.samajalive.in
Wednesday, December 10, 2025
14.1 C
Bhubaneswar

ଭାରତରେ ଆତଙ୍କାବାଦୀ ଆକ୍ରମଣ ସୂଚନା ଗୁଜବ ; ପୂର୍ବତନ ସେନା କର୍ମଚାରୀ ଗିରଫ

ବେଙ୍ଗାଲୁରୁ : ଦେଶର ସମୁଦ୍ର ତଟବର୍ତ୍ତୀ ୮ ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ନେଇ ଦିଆଯାଇଥିବା ସୂଚନା ଏକ ଗୁଜବ ବୋଲି ଜଣାପଡିଛି। କର୍ଣ୍ଣାଟକ ପୁଲିସକୁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ଟ୍ରକ ଚାଳକ ସୁନ୍ଦର ମୂର୍ତ୍ତୀ(୬୫) ଭାରତର ୮ଟି ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ଘଟିବାର ସୂଚନା ଦେଇଥିଲେ। ପରେ ଏହି ସୂଚନା ଏକ ଗୁଜବ ବୋଲି ଜଣାପଡିବା ସହ ସମ୍ପୃକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଗିରଫ କରାଯାଇଛି।
ସୁନ୍ଦର ମୂର୍ତ୍ତୀ କର୍ଣ୍ଣାଟକ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ଦେଶରର ୮ଟି ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସୂଚନା ଦେଇଥିଲେ। ଏଥିରେ ତାମିଲନାଡୁ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, କେରଳ, ଗୋଆ, ପଣ୍ଡିଚେରୀ ସାମିଲ ରହିଛି। ତାମିଲନାଡୁରେ ୧୯ଜଣ ଆତଙ୍କବାଦୀ ଲୁଚି ରହିଥିବା ସୁନ୍ଦର କହିଥିଲା। ପରେ କର୍ଣ୍ଣାଟକ ଡିଜିପି ସମସ୍ତ ୭ଟି ରାଜ୍ୟକୁ ପତ୍ର ଲେଖି ଆଲର୍ଟ ଜାରି କରିଥିଲେ। ପୁଲିସ ଏହି ଘଟଣାର ତଦନ୍ତ କରି ମିଥ୍ୟା ଖବର ଦେଇଥିବା ଅଭିଯୋଗରେ ଅବସରପ୍ରାପ୍ତ ସୈନିକ ସୁନ୍ଦର ମୂର୍ତ୍ତିଙ୍କୁ ଗିରଫ କରିଥିଲା।
ସୂଚନାଯୋଗ୍ୟ ଯେ ପଡୋଶୀ ରାଜ୍ୟ ଶ୍ରୀଲଙ୍କାରେ ଇଷ୍ଟର ପର୍ବରେ ୮ଟି ସ୍ଥାନରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ୨୫୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories