www.samajalive.in
Monday, December 8, 2025
13.1 C
Bhubaneswar

ଖୁବ୍‌ଶୀଘ୍ର ଆସିବ ନୂଆ ୨୦ ଟଙ୍କିଆ ନୋଟ

ମୁମ୍ବଇ: ଖୁବ୍‌ଶୀଘ୍ର ବଜାରକୁ ଆସିବ ନୂଆ ୨୦ ଟଙ୍କିଆ ନୋଟ। ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ଆରବିଆଇର ନୂଆ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ରହିବ। ଏହି ନୋଟ ମହାତ୍ମା ଗାନ୍ଧୀଙ୍କ ନୂଆ ସିରିଜର ନୋଟ ହେବ। ପୂର୍ବରୁ ଥିବା ୨୦ ଟଙ୍କିଆ ନୋଟ ତୁଳନାରେ ଏହି ନୂଆ ନୋଟରେ କେତେକ ପରିବର୍ତ୍ତନ କରାଯାଇଥିବା ଆରବିଆଇ ସୂଚନା ଦେଇଛି।

ଆରବିଆଇ ନୂଆ ୨୦ ଟଙ୍କିଆ ନୋଟ୍‌ର ଏକ ଫଟୋ ଜାରି କରିଛିଛି। ଏହି ନୂଆ ନୋଟର ରଙ୍ଗ ସବୁଜ ହଳଦିଆ ରହିଛି। ନୋଟ୍‌ର ପଛ ଭାଗରେ ଏଲୋରା ଗୁମ୍ଫା ଚିତ୍ର ଛପାଯାଇଛି, ଯାହା ଭାରତୀୟ ସଂସ୍କୃତିକୁ ଦର୍ଶାଉଛି। ନୋଟ୍‌ର ସାମ୍ନା ପଟେ ମଧ୍ୟ ସ୍ଥାନକୁ ମହାତ୍ମା ଗାନ୍ଧୀଙ୍କ ଚିତ୍ର ରହିଥିବା ବେଳେ ହିନ୍ଦୀ ଏବଂ ଇଂଲିଶରେ ନୋଟର ମୂଲ୍ୟ ଲେଖାଯାଇଛି। ଆଗପଟେ ଏକ ପାର୍ଶ୍ଵରେ ଅଶୋକ ସ୍ତମ୍ଭ ରହିଛି। ନୋଟ୍‌ର ପଛ ଭାଗରେ ବର୍ଷ ସହିତ ସ୍ବଚ୍ଛ ଭାରତ ଲୋଗୋ ଏବଂ ସ୍ଳୋଗାନ ଲେଖାଯାଇଛି। ନୋଟ୍‌ର ଲମ୍ବ ୧୨୯ ମିଲିମିଟର ଏବଂ ଚଉଡ଼ା ୬୩ ମିଲିମିଟର ରହିଛି। ନୋଟ୍‌ର ସୁରକ୍ଷା ପଟି ଉପରେ ଆରବିଆଇ ଲେଖାଯାଇଛି। ନୂଆ ନୋଟ୍‌ ଆସିବା ପରେ ବି ପୁରୁଣା ନୋଟ୍‌ ପ୍ରଚଳନ ଜାରି ରହିବ ବୋଲି ଆରବିଆଇ କହିଛି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories