www.samajalive.in
Sunday, December 7, 2025
18.1 C
Bhubaneswar

ପୁଣି ଅଟକିଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ : ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ଇସ୍ରାଏଲର ଉଦ୍ୟମ ବିଫଳ ହେବା ପରେ ଭାରତ ଏହାର ‘ଚନ୍ଦ୍ରଯାନ-୨’ କାର୍ଯ୍ୟକ୍ରମ ସ୍ଥଗିତ ରଖିଛି। ଆସନ୍ତା ଜୁଲାଇ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ବୈଷୟିକ ଜ୍ଞାନକୌଶଳରେ ବେଶ୍‌ ଉନ୍ନତ ଇସ୍ରାଏଲର ଅଭିଯାନ ନିକଟରେ ବିଫଳ ହେବା ଦୃଷ୍ଟିରୁ ଇସ୍ରୋ ପକ୍ଷରୁ ସତର୍କତା ସ୍ବରୂପ ଚଳିତ ମାସରେ କାର୍ଯ୍ୟକାରୀ ହେବାକୁ ଥିବା ଭାରତର ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୨କୁ ଘୁଞ୍ଚାଇ ଦିଆଯାଇଥିବା ଇସ୍ରୋର ଜଣେ ଅଧିକାରୀ କହିଛନ୍ତି। ଜୁଲାଇ ମଧ୍ୟଭାଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। ୨୦୧୮ ଏପ୍ରିଲରେ ଚନ୍ଦ୍ରଯାନ-୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା; କିନ୍ତୁ ମାର୍ଚ୍ଚରେ ଜିଏସ୍‌ଏଟି-୬ଏ ଉପଗ୍ରହ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବା କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ଦ୍ବିତୀୟ ଥର ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ଚନ୍ଦ୍ରଯାନ-୧ ଓ ମଙ୍ଗଳଯାନ କାର୍ଯ୍ୟକ୍ରମ ପରେ ଚନ୍ଦ୍ରରେ ପ୍ରଥମ ଥର ପାଦ ଥାପିବା ଅଭିଯାନକ୍ରମେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଏହାକୁ ଗୁରୁତର ସହ ଗ୍ରହଣ କରିଛି। ସୂଚନାଯୋଗ୍ୟ ଯେ ଗତ ବର୍ଷ ଇସ୍ରୋ ଫ୍ରେଞ୍ଚ ଗୁଏନାର କୋରୋ କେନ୍ଦ୍ରରୁ ଜିଏସ୍‌ଏଟି-୨ ଉପଗ୍ରହ ଉତ୍‌କ୍ଷେପଣ କାର୍ଯ୍ୟକ୍ରମ ଅତିରିକ୍ତ ଯାଞ୍ଚ ଆଳରେ ବାତିଲ କରିଥିଲା; କିନ୍ତୁ ଅଦ୍ୟାବଧି ଏହା କାର୍ଯ୍ୟକାରୀ ହୋଇ ନାହିଁ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories