ମଜା ନେବା ପାଇଁ ଫସଲରେ ଲଗାଇଥିବା ନିଆଁରେ ​ଜଳିଗଲା ଯୁବକ

ଲକ୍ଷ୍ନୌ : ମଜା ନେବା ପାଇଁ ଫସଲରେ ଳଗାଇଥିବା ନିଆଁରେ ଜଣେ ଯୁବକ ଜଳିିଯାଇଛି। ଏହି ଅଭାବନୀୟ ଘଟଣା ଉତ୍ତରପ୍ରଦେଶ ଗୋଣ୍ଡା ଜିଲା କଟରା ବାଜାର ଥାନା ଅଧୀନ ବମଡେରା ଗ୍ରାମରେ ଘଟିଛି।
ସୂଚନା ଅନୁସାରେ ଯୁବକ ଜଣକ ରବିବାର ଲକ୍ଷ୍ନୌରୁ ଅୱଧ ଏକ୍ସପ୍ରେସରେ ଆସାମ ଯାଉଥିଲା। କରନୌଲଗଂଜ ତହସିଲ ଅଧନ୍ତର୍ଗତ ଗୌଣ୍ଡା-ଲକ୍ଷ୍ନୌ ରେଳପଥର ବମଡେରା ଗ୍ରାମ ନିକଟରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଟ୍ରେନ୍‍ଟି ସେଠାରେ କିଛି ସମୟ ପାଇଁ ଅଟକିଥିଲା। ଏହି ସମୟ ମଧ୍ୟରେ ଯୁବକ ଜଣକ ଟ୍ରେନ୍‍ରୁ ଓହ୍ଲାଇ ମଜା ନେବା ପାଇଁ ନିକଟରେ ଥିବା ଏକ ଶୁଖିଲା ଗହମ ଫସଲରେ ନିଆଁ ଲଗାଇ ଦେଇଥିଲା। ପ୍ରବଳ ବେଗରେ ପବନ ବହୁଥିବାରୁ ମୁହୂର୍ତ୍ତକ ମଧ୍ୟରେ ନିଆଁ ବିଲସାରା ବ୍ୟାପୀଯାଇଥିଲା। ଯୁବକ ଜଣକ ବିଲ ଭିତରୁ ବାହାରିବା ପୂର୍ବରୁ ନିଆଁ ଘେରକୁ ଚାଲିଯାଇଥିଲା। ଫଳରେ ଯୁବକ ଜଣକ ନିଆଁରେ ଜଳି ଯାଇଥିଲା। ସ୍ଥାନୀୟ ଲୋକେ ଓ ଦମକଳ ନିଆଁକୁ ଲିଭାଇବା ବେଳକୁ ଯୁବକର ମୃତ୍ୟୁ ହୋଇସାରିଥିଲା। ଯୁବକର ପରିଚୟ ମିଳିପାରିନାହିଁ। ତା ପକେଟରୁ ମିଳିଥିବା ଟ୍ରେନ୍‍ ଟିକେଟରୁ ସେ ଆସାମ ଯାଉଥିବା ଜଣାପଡିଛି। ଜିଆରପି ପୁଲିସ୍‍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Comments are closed.