www.samajalive.in
Tuesday, December 9, 2025
19.1 C
Bhubaneswar

ଦିଲ୍ଲୀରେ ନିର୍ବାଚନ ସ୍ବତନ୍ତ୍ର ଭୋଜନ ଥାଳି

ଭାରତର ପ୍ରମୁଖ ପ୍ରାନ୍ତରେ ନିର୍ବାଚନ ପ୍ରଚାର ଜୋର୍‌ସୋର୍‌ରେ ଚାଲିଛି। ନିର୍ବାଚନକୁ ଆଧାର କରି ​‌େ​‌କତେକ ରେସ୍ତୋରାଁ ସେମାନଙ୍କ ବ୍ୟବସାୟକୁ ମଧ୍ୟ ତାଳ ଦେଇ ଆଗେଇ ନେଉଉଥିବାର ଦେଖାଯାଉଛି। ଦିଲ୍ଲୀର ଏକ ଜଣାଶୁଣା ରେସ୍ତୋରାଁ ହେଲା ‘ଅର୍ଡର ୨.୧’। ବିଭିନ୍ନ ପ୍ରାନ୍ତରୁ ଗ୍ରାହକଙ୍କ ଭିଡ଼ ଏଠାରେ ନିୟମିତ ଭାବେ ଦେଖିବାକୁ ମିଳେ। ଚଳିତ ବର୍ଷ ନିର୍ବାଚନ ପାଇଁ ରେସ୍ତୋରାଁର ରୋଷେୟାମାନେ ଏକ ସୁନ୍ଦର ତଥା ଆକର୍ଷଣୀୟ ପଦକ୍ଷେପ ନେଇଛନ୍ତି। ଗ୍ରାହକ ମହଲରେ ଚର୍ଚ୍ଚିତ ହେବା ନିମନ୍ତେ ପ୍ରସ୍ତୁତ କରାଯାଇଛି ‘ନିର୍ବାଚନ ସ୍ବତନ୍ତ୍ର ଭୋଜନ ଥାଳି’। ଉଭୟ ଆମିଷ ଓ ନିରାମିଷ ଗ୍ରାହକଙ୍କ ପାଇଁ ବିଶେଷ ବ୍ୟବସ୍ଥା ଥିବାବେଳେ ଭାରତୀୟ ମାନଚିତ୍ର ଡିଜାଇନ୍‌‌ରେ ଥାଳିଟି ତିଆରି କରାଯାଇଛି। ମୋଟ୍ ୨୯ ପ୍ରକାରର ବ୍ୟଞ୍ଜନ ଏଥିରେ ପରଷା ଯାଇଥିବାବେଳେ ନିରାମିଷ ଥାଳିର ମୂଲ୍ୟ ୧୧୦୦ ଟଙ୍କା ଓ ଆମିଷ ଥାଳିର ମୂଲ୍ୟ ୧୫୦୦ ଟଙ୍କା ଧାର୍ଯ୍ୟ ହୋଇଛି। ରେସ୍ତୋରାଁ ମାଲିକ ସୋହେଲ୍ ଶାହ କହିଛନ୍ତି, ୫ ବର୍ଷ ତଳୁ ତାଙ୍କପର ଏହି ଯୋଜନା ଆରମ୍ଭ ହୋଇଥିଲା, ଯାହା ଚଳିତ ନିର୍ବାଚନରେ ବାସ୍ତବର ରୂପ ନେଇଛି। ଗ୍ରାହକ ତାଙ୍କ ରେସ୍ତୋରାଁରେ ଏବେ ଭିଡ଼ ଲଗାଇବାର ମୁଖ୍ୟ କାରଣ ହେଲା ଏଇ ନିର୍ବାଚନ ସ୍ବତନ୍ତ୍ର ଭୋଜନ ଥାଳିର ମଜା ନେବା। ଜୁନ୍ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ତାଙ୍କ ରେସ୍ତୋରାଁରେ ଏଇ ନିର୍ବାଚନ ଥାଳି ଉପଲବ୍ଧ ହେବ ବୋଲି ସ୍ପଷ୍ଟ ହୋଇଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories