www.samajalive.in
Monday, December 15, 2025
15.1 C
Bhubaneswar

ସାପ କାମୁଡାରେ ବୃଦ୍ଧ ମୃତ

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ଗ୍ରାମରେ ରାତିରେ ଘରେ ଶୋଇଥିବା ବେଳେ କୌଣସି ଏକ ବିଷାକ୍ତ ସାପ କାମୁଡିବାଦ୍ବାରା ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, କାଣିଗୁମା ଗ୍ରାମର ବୃଦ୍ଧ ଜାଇତି ମାଝୀ(୫୫) ନିଜ ଘରେ ରାତିରେ ଖାଇ ସାରିବା ପରେ ପରିବାର ଲୋକଙ୍କ ସହ ଶୋଇଯାଇଥିଲେ। ରାତ୍ରି ପ୍ରାୟ ୩ଟା ବେଳେ ଜାଇତିଙ୍କୁ କୌଣସି ଏକ ବିଷାକ୍ତ ସାପ ବେକ ପାଖରେ କାମୁଡି ଦେଇଥିଲା। ନିଦ ହୋଇଥିବାରୁ ଜାଇତି ବେକ ପାଖରୁ ସାପଟିକୁ ଛିଞ୍ଚାଡ଼ି ଦେଇଥିଲେ। ପରବର୍ତ୍ତି ସମୟରେ ସେ ଗୁରୁତର ହୋଇ ପଡିଥିଲେ। ପରିବାର ଲୋକ ତୁରନ୍ତ ଗାଁରେ ସ୍ୱାସ୍ଥ୍ୟ ସ୍ୱରାଜ ନାମକ ଏକ ବେସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ ଚିକିତ୍ସା କେନ୍ଦ୍ରକୁ ଯାଇ ସ୍ୱାସ୍ଥ୍ୟ ସହାୟତା ମାଗିଥିଲେ ମଧ୍ୟ ସେଠାକାର କର୍ମଚାରୀ ସଠିକ ସମୟରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଳମ୍ବ କରିଥିଲେ। ଯାହା ଫଳେରେ କିଛି ସମୟ ପରେ ଜାଇତିଙ୍କ ମୃତ୍ୟୁ ଘଟିଥିଲା। ଏନେଇ ପରିବାର ଲୋକଙ୍କ ତରଫରୁ ତୁରନ୍ତ ଥୁଆମୁଳ ରାମପୁର ଥାନାରେ ସାପ କାମୁଡା ନେଇ ଜଣାଇଥିଲେ। ଥୁଆମୁଳ ରାମପୁର ପୁଲିସ ତରଫରୁ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରି ଶବ ଜବତ କରାଯିବା ପରେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତରିତ କରାଯିବା ପରେ ପରିବାର ତରଫରୁ ଶବ ଦାହ ସଂସ୍କାର କାର୍ଯ୍ୟ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories