www.samajalive.in
Sunday, December 14, 2025
17.1 C
Bhubaneswar

ରାଜ୍ୟ ସରକାର ବଦଳାଇବାକୁ ଆହ୍ୱାନ ଦେଲେ ରାଜନାଥ ସିଂହ

କରଞ୍ଜିଆ : ଲୋକସଭା ଓ ବିଧାନସଭାକୁ ନେଇ ରାଜ୍ୟ ରାଜନୀତି ଦିନକୁ ଦିନ ସରଗରମ ହେବାରେ ଲାଗିଛି। ଗୁରୁବାର ଆନନ୍ଦପୁରରେ ନୀତିନ ଗଡକରୀ ଓ ଉମା ଭାରତୀ କଟକ ଆସିଥିବା ବେଳେ ଶୁକ୍ରବାର ଗୃହମନ୍ତ୍ରୀ ରାଜନାଥ ସିଂହ କରଞ୍ଜିଆ, କିଶୋରନଗରରେ ପ୍ରଚାର କରିଛନ୍ତି। ପିଏମ କିଷାନ ଯୋଜନାରେ ଓଡ଼ିଶାର ଚାଷୀଙ୍କ ସମ୍ପୁର୍ଣ୍ଣ ତାଲିକା ଦେଇନଥିବା ନେଇ ରାଜନାଥ ସିଂହ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ସେ ଆହୁରି କହିଛନ୍ତି, ୨୦ବର୍ଷ ଶାସନ କରିବା ପରେ ମଧ୍ୟ ରାଜ୍ୟ ସରକାର ଜନସାଧାରଣଙ୍କୁ ମୌଳିକ ସୁବିଧା ଦେଇପାରିନାହାନ୍ତି। ରାଜ୍ୟ ସରକାରକୁ ବଦଳାଇବା ପାଇଁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।
କେନ୍ଦ୍ର ସରକାର ଓଡ଼ିଶାର ଭାଷା ସଂସ୍କୃତିକୁ ସବୁବେଳେ ଗୁରୁତ୍ୱ ଦେଇଆସୁଛି। କେନ୍ଦ୍ର ସରକାର ଛଉ ନୃତ୍ୟର ପ୍ରଚାର ପ୍ରାସର କରିବାକୁ ଉଦ୍ୟମ କରିବ ବୋଲି ସେ କହିଛନ୍ତି। ପାକିସ୍ତାନକୁ ଯୁଦ୍ଧରେ ହରାଇବା ପାଇଁ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଶଂସା କରାଯାଉଛି। ତେବେ ବାଲାକୋଟ ଏୟାର ଷ୍ଟ୍ରାଇକ ପାଇଁ ନରେନ୍ଦ୍ର ମୋଦୀଙ୍କୁ କଣ ପାଇଁ ପ୍ରଶଂସା କରାଯିବନି ବୋଲି ରାଜନାଥ ସିଂହ ପ୍ରଶ୍ନ କରିଛନ୍ତି। ୫ବର୍ଷ ପୂର୍ବେ ଦେଶରେ ୧୨.୫ କୋଟି ଗରିବ ଥିଲେ, ମାତ୍ର କେନ୍ଦ୍ର ସରକାରଙ୍କ ଉଦ୍ୟମରେ ୫କୋଟିକୁ ହ୍ରାସ ପାଇଥିବା ସେ କହିଛନ୍ତି।
ରାଜ୍ୟ ସରକାରଙ୍କୁ ସମାଲୋଚନା କରି ରାଜନାଥ କହିଛନ୍ତି, ପିଏମ କିଷାନ ଯୋଜନାରେ ରାଜ୍ୟ ସରକାର ସବିଶେଷ ତାଲିକା ନଦେଇ କେବଳ ୮ଲକ୍ଷ ଚାଷୀଙ୍କ ନାମ ଦେଇଛନ୍ତି। ଫଳରେ ବାକି ଚାଷୀ ଏହି ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି। ବିଜେପି ସରକାରକୁ ଆସିଲେ କରଞ୍ଜିଆକୁ ରେଳ ସଂଯୋଗ କରାଯିବ ବୋଲି ରାଜନାଥ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories