www.samajalive.in
Tuesday, December 9, 2025
16.1 C
Bhubaneswar

ଲିବିଆର ସଶସ୍ତ୍ର ସଂଘର୍ଷରେ ୨୦୫ ମୃତ; ଭାରତୀୟ ନାଗରିକଙ୍କ ପାଇଁ ସହାୟତାର ହାତ ବଢାଇଲା ଏମଇଏ

ତ୍ରିପୋଲି : ଲିବିଆ ରାଜଧାନୀ ତ୍ରିପୋଲିକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ହାଫତାର ଲିବିଆନ ଜାତୀୟ ସେନା (ଏଲଏନଏ) ଏବଂ ଲିବିଆନ ସଶସ୍ତ୍ର ବାହିନୀଙ୍କ ମଧ୍ୟରେ ସଂଘର୍ଷରେ ଅନ୍ୟୁନ ୨୦୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯୧୩ ଜଣ ଆହତ ହୋଇଛନ୍ତି। ମିଳିତ ଜାତିସଂଘ ଅନୁବନ୍ଧିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମ୍‍ଇଏ) ଲିବିଆରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର ଲିବିଆରେ ଥିବା ଭାରତୀୟଙ୍କ ପାଇଁ ସହାୟତାର ହାତ ବଢାଯାଇଥିବା ଗୁରୁବାର ସୂଚନା ଦେଇଛନ୍ତି।
ସେ ଟ୍ୱିଟ୍‍ କରିଛନ୍ତି ଯେ ଲିବିଆରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ପାଇଁ ସମସ୍ତ ପ୍ରକାର ସହାୟତାର ହାତ ବଢାଇଛି। ଲୋକେ ଲିବିଆର ସ୍ଥିତିକୁ ଅନୁଧ୍ୟାନ କରନ୍ତୁ। ପରିସ୍ଥିତି ବିଗିଡ଼ିବା ମାତ୍ରେ ଭାରତୀୟ ଦୂତାବାସ ହେଲ୍ପ ଲାଇନ ନମ୍ବର ୦୦୨୧୮୯୨୪୨୦୧୭୭୧ରେ ଯୋଗାଯୋଗ କରିବାକୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଅପ୍ରେଲ ୪ରୁ ହାଫତାର ଲିବିଆନ ଜାତୀୟ ସେନା ଏବଂ ଲିବିଆନ ସଶସ୍ତ୍ର ବାହିନୀଙ୍କ ମଧ୍ୟରେ ସଂଘର୍ଷ ଚାଲିଛି। ଲିବିଆ ଏକଛତ୍ରବାଦ ଶାସକ ମୁଆମାର ଗଦାଫିଙ୍କ ମୃତ୍ୟୁ ପରଠାରୁ ଲିବିଆ ଦୁଇଟି ଦଳରେ ବିଭକ୍ତ ହୋଇଯାଇଛି। ଲିବିଆ ସଂସଦ ସମର୍ଥିତ ଲବିଆ ଜାତୀୟ ସେନା (ଏଲଏନଏ) ପୂର୍ବ ଲିବିଆକୁ ନିୟନ୍ତ୍ରଣରେ ରଖିଥିବାବେଳେ ମିଳିତ ଜାତିସଂଘ ସମର୍ଥିତ ମଧ୍ୟବର୍ତ୍ତୀକାଳନୀ ନ୍ୟାସନାଲ ଆକର୍ଡ ସରକାର (ଜିଏନ୍‍ଏ) ଲିବିଆର ପଶ୍ଚିମାଞ୍ଚଳକୁ ନିୟନ୍ତ୍ରଣରେ ରଖିଛି। ଏବେ ରାଜଧାନୀ ତ୍ରିପୋଲିକୁ ନିୟନ୍ତ୍ରଣକୁ ନେବା ପାଇଁ ଉଭୟ ଦଳର ସେନା ମଧ୍ୟରେ ସଂଘର୍ଷ ଚାଲିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories