www.samajalive.in
Monday, December 15, 2025
15.1 C
Bhubaneswar

ଆରଜେଡି ଛାଡ଼ିଲେ ୪ ଥରର ସାଂସଦ ଅଲି ଅଶରଫ ଫାତମି

ପାଟନା : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦରଭଙ୍ଗାରୁ ୪ ଥରର ସାଂସଦ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ବରିଷ୍ଠ ନେତା ମହମ୍ମଦ ଅଲି ଅଶରଫ ଫାତମି ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। ବିଜେପିକୁ ଛାଡ଼ି ଅନ୍ୟ କୌଣସି ଦଳରେ ସେ ସାମିଲ ହୋଇପାରିବେ ବୋଲି କହିଛନ୍ତି। ଏହାସହ ଅପ୍ରେଲ ୧୮ରେ ସେ ମଧୁବନୀ ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିବେ ବୋଲି କହିଛନ୍ତି।
ସୂଚନା ଅନୁସାରେ ସେ ମଧୁବନୀ ଲୋକସଭା ଆସନରୁ ଆରଜେଡି ଟକେଟ ଚାହୁଁଥିଲେ। ଆରଜେଡି ତାଙ୍କୁ ସେଠାରେ ପ୍ରାର୍ଥୀ କରିବାକୁ ମନା କରିଦେଇଥିଲା। ଏହାକୁ ନେଇ ସେ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ଆରଜେଡି ନେତା ତେଜସ୍ୱୀ ଯାଦବ ତାଙ୍କୁ ଫୋନ୍‍ କଲ କରି ୬ ବର୍ଷ ପାଇଁ ଆରଜେଡିରୁ ନିଲମ୍ବନ କରିବାକୁ ଧମକ ଦେଇଥିଲେ। ଏହାର ଗୋଟିଏ ଦିନ ପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ ତେଜସ୍ୱୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ତେଜସ୍ୱୀଙ୍କ ବୟସଠାରୁ ଅଧିକ ଦିନ ସେ ଆରଜେଡିରେ ଥିଲେ। ଲାଲୁ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଦଳ ବିରୋଧରେ ସିଧା ସଳଖ ବିଦ୍ରୋହ କରୁଥିବାବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ହେଲେ ମୋତେ କାର୍ଯ୍ୟାନୁଷ୍ଠାନର ଧମକ ଦିଆଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories