www.samajalive.in
Sunday, December 14, 2025
23.1 C
Bhubaneswar

ଢେଙ୍କାନାଳରେ ଶାହା : ମଙ୍ଗୁଳି ଜେନା ହତ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ଢେଙ୍କାନାଳ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବୁଧବାର ଓଡ଼ିଶା ଗସ୍ତରେ ଆସି ଢେଙ୍କାନାଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ମହିଷାପାଟ ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ଶାହା ଢେଙ୍କାନାଳର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳା ଏବଂ ମହାଦେବ ଚନ୍ଦ୍ରଶେଖରଙ୍କୁ ପ୍ରଣାମ ଜଣାଇ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଉଭୟ ବିଜେଡ଼ି ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ନେଇ ଶାହା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

 

- Advertisement -

ସେ କହିଛନ୍ତି, ନବୀନ ପଟ୍ଟନାୟକ ବିଜେପି କର୍ମୀଙ୍କୁ ଆକ୍ରମଣ କରି କଣ ଜଣାଇବାକୁ ଚାହୁଁଛନ୍ତି । ଯେତେ ଚେଷ୍ଟା କଲେ ମଧ୍ୟ ବିଜେପି ଡରିବ ନାହିଁ କି ପଛକୁ ହଟିବ ନାହିଁ। ୩ ଦିନ ତଳେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଗଲା । ପୁଣି ବିଜେପୁରରେ ବିଜେପି ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହେଲା। ବିଜେପି ଏସବୁର ଉତ୍ତର ନିଶ୍ଚୟ ଦେବ। ମୋଦୀଙ୍କ ନେତୃତ୍ୱରେ ଦେଶ ସଶକ୍ତ ହୋଇଛି। ମୋଦୀ ପୁଣି ପ୍ରଧାନମନ୍ତ୍ରୀ ହେବେ। ଶାହା ପୁନଶ୍ଚ କହିଛନ୍ତି, ୬୦ ବର୍ଷରେ କଂଗ୍ରେସ ସରକାର ଦେଶ ପାଇଁ କିଛି କରିନାହିଁ। କିନ୍ତୁ ୫ବର୍ଷରେ ମୋଦୀ ଦେଶ ପାଇଁ ବହୁତ କିଛି କରିଛନ୍ତି । ମୋଦୀଙ୍କ ସମୟରେ ଦେଶ ସୁରକ୍ଷିତ ଅଛି।

ଶାହା ଏହା ମଧ୍ୟ କହିଛନ୍ତି ଯେ, ଦୀର୍ଘ ୨୦ ବର୍ଷ ଧରି ନବୀନ ବାବୁ ସରକାର ଚଳାଉଛନ୍ତି। ହେଲେ ଏବେ ମଧ୍ୟ ଓଡିଶାର ୩୫ ପ୍ରତିଶତ ଘରେ ପିଇବା ପାଣି ସୁବିଧା ନାହିଁ। ଓଡିଶା ପ୍ରାକୃତିକ ସମ୍ପଦରେ ଭରପୁର କିନ୍ତୁ ରାଜ୍ୟବାସୀ ଗରିବ। ରାଜ୍ୟ ସରକାର ଏହାକୁ ସଠିକ୍ ଉପାୟରେ ଉପଯୋଗ କରିପାରୁନାହାନ୍ତି। ଓଡ଼ିଶାର ଖଣି ଉଦ୍ୟୋଗପତିଙ୍କୁ କମ୍ ଦାମରେ ବିକ୍ରି କରାଯାଉଛି କିନ୍ତୁ ବିଜେପି ସରକାର ଆସିଲେ ସମସ୍ତ ଖଣି ମାଫିଆମାନଙ୍କୁ ଜେଲ ପଠାଯିବ। ଏହା ସହ ବିଜେପି ସରକାର ଆସିଲେ ସବୁ ଏସଏଚଜି ଗ୍ରୁପ୍ ଋଣ ଛାଡ଼ ହେବ ବୋଲି ଶାହା କହିଛନ୍ତି।

ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ସରକାର ହେଲେ ୫ବର୍ଷରେ ଓଡ଼ିଶା ୧ ନମ୍ବର ରାଜ୍ୟ ହେବ ବୋଲି ଶାହା କହିଛନ୍ତି। ଶେଷରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ପୁଣିଥରେ ମୋଦୀ ସରକାର ଆଣିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରି ସେ ନିଜର ଅଭିଭାଷଣ ଶେଷ କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories