www.samajalive.in
Sunday, December 14, 2025
16.1 C
Bhubaneswar

ଲୋକସଭା ନିର୍ବାଚନ ପାଇଁ ବିଜେପିର ନୂଆ ତାଲିକା ପ୍ରକାଶିତ; କଟିଲା ସୁଷମାଙ୍କ ଟିକେଟ୍‍

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ୪ଟି ଲୋକସଭା ଆସନ ପାଇଁ ବିଜେପି ବୁଧବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥର ଭୋପାଳ ଲୋକସଭା ଆସନ ପାଇଁ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଟିକେଟ୍‍ ପ୍ରଦାନ କରାଯାଇଛି। ତେବେ କେନ୍ଦ୍ର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଟିକେଟ୍‍ କାଟି ଦିଆଯାଇଛି। ସୁଷମାଙ୍କ ସ୍ଥାନରେ ତାଙ୍କ ବିଦିଶା ଲୋକସଭା ଆସନରୁ ରମାକାନ୍ତ ଭାର୍ଗବଙ୍କୁ ଟିକେଟ ଦିଆଯାଇଛି। ଗୁନାରୁ କେପି ଯାଦବ ଏବଂ ସାଗର ଲୋକସଭା ଆସନରୁ ରାଜବାହାଦୁର ସିଂହଙ୍କୁ ପ୍ରାର୍ଥୀ କରାଯାଇଛି।
ବିଜେପିରେ ଯୋଗଦେବାର ମାତ୍ର ୬ ଘଣ୍ଟା ପରେ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଟିକେଟ ମିଳିଛି। ସେ ଭୋପାଳ ଲୋକସଭା ଆସନରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ବିରୋଧରେ ପ୍ରାର୍ଥୀ ହେବେ। ସାଧ୍ୱୀ ପ୍ରଜ୍ଞାଙ୍କ ନାମକୁ ନେଇ ଜାତୀୟ ଓ ରାଜ୍ୟ ନେତୃବୃନ୍ଦ ସହମତି ଜଣାଇବା ପରେ ତାଙ୍କୁ ଭୋପାଳ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ତେବେ ଆରଏସ୍‍ଏସ୍‍ର ସୁପାରିଶ କ୍ରମେ ସାଧ୍ୱୀ ପ୍ରଜ୍ଞାଙ୍କୁ ଦଳରେ ସାମିଲ କରାଯାଇଥିବା କୁହାଯାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories